୪୮ଘଣ୍ଟା ପ୍ରଚାର କରିପାରିବେନି କପିଲ ମିଶ୍ରା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ କପିଲ ମିଶ୍ରା ୪୮ ଘଣ୍ଟା ପାଇଁ ପ୍ରଚାର କରିପାରିବେନି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ବିବାଦୀୟ ଟୁଇଟ୍‌ ମାମଲାରେ ନିର୍ବାଚନ କମିଶନଙ୍କ ପକ୍ଷରୁ କପିଲଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କପିଲ ମୋଡେଲ ଟାଉନର ପ୍ରାର୍ଥୀ ଭାବେ କପିଲ ବିଧାନସଭା ନିର୍ବାଚନ ଲଢୁଛନ୍ତି।