Computer image of a coronavirus
ବନ୍ତ,୩୦ା୫(ଡି.ଏନ୍.ଏ.): କରୋନା ଲକ୍ଡାଉନ୍ ପରିପେକ୍ଷୀରେ ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ଷେଣ୍ଢତୀରା ପଞ୍ଚାୟତର ଚାରିପୋଖରିଆ, ଷଠତୀରା, ଷେଣ୍ଢତୀରା ଗ୍ରାମ ସମେତ ଷେଣ୍ଢତୀରା ବଜାର ଅଞ୍ଚଳକୁ ସରପଞ୍ଚ ପ୍ରେମଲତା ପ୍ରଧାନ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଶନିବାର ପୂର୍ବାହ୍ନ ୧୦ଟାରୁ ଜୁନ୍ ୩ ତାରିଖ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଜୋନ୍ରେ କଟକଣା ଲାଗୁ ହୋଇଛି। ଏନେଇ ସରପଞ୍ଚ ବିଡିଓ, ତହସିଲଦାର ଓ ବନ୍ତ ଥାନାଧିକାରୀଙ୍କୁ ଲିଖିତ ଅବଗତ କରାଇଛନ୍ତି। ଶନିବାର ଉକ୍ତ ପଞ୍ଚାୟତରେ ୨ ଜଣ କରୋନା ପଜିଟିଭ୍ ବାହାରିବା ପରେ ସାଧାରଣ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ସରପଞ୍ଚ କହିଛନ୍ତି। ଏହି ୨ ଆକ୍ରାନ୍ତ ନିଳୋକ କ୍ୱାରାଣ୍ଟାଇନରେ ରହି ଘରକୁ ଫେରିଥିଲେ। ଗତ ୨୨ ତାରିଖରେ ସେମାନଙ୍କର ସ୍ବାବ୍ ପରୀକ୍ଷା ପାଇଁ ଯାଇଥିଲ। ଶନିବାର ରିପୋର୍ଟ ଆସିବା ପରେ ସରପଞ୍ଚ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ସମ୍ପୃକ୍ତ କଣ୍ଟେନ୍ମେଣ୍ଟ ଜୋନ୍ରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଦାରଖ ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ଜଣାଯାଇଛି।