Orissa Basant Mohanty apeals successfully for the wicket of Railways Murali Kartik on the second day play during the Ranji Trophy match in New Delhi. *** Local Caption *** Orissa Basant Mohanty apeals successfully for the wicket of Railways Murali Kartik on the second day play during the Ranji Trophy match in New Delhi. Express photo by RAVI KANOJIA. New Delhi Dec 14th-2011
ଭୁବନେଶ୍ୱର,୨୧।୨- କଟକର ଟାଙ୍ଗିସ୍ଥିତ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ କ୍ୱାର୍ଟର ଫାଇନାଲରେ ବେଙ୍ଗଲ ଦଳକୁ ଓଡ଼ିଆ ବୋଲରମାନେ ୩୩୨ ରନ୍ରେ ସୀମିତ ରଖିଛନ୍ତି। ଶୁକ୍ରବାର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୮/୬ରୁ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ବେଙ୍ଗଲ ବଳକା ୪ ଉଇକେଟରେ କେବଳ ୨୪ ଯୋଡ଼ିବାକୁ ସକ୍ଷମ ହୋଇଛି। ଦଳ ପାଇଁ ଅନୁଷ୍ଟୁପ ମଜୁମଦାର ୧୫୭ ଓ ଶାହାବାଜ ଅହମ୍ମଦ ୮୨ ରନ୍ କରିଥିଲେ। ଓଡ଼ିଶା ପାଇଁ ବସନ୍ତ ମହାନ୍ତି ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୪ ଉଇକେଟ ନେଇଥିବାବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, କନଓ୍ବାର ସିଂ ଚୌହ୍ବାନ ୨ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ କରି ଉଇକେଟ ହାତେଇଥିଲେ। ଓଡ଼ିଶା ଦଳକୁ ସେମିଫାଇନାଲରେ ସ୍ଥାନ ପାଇବାକୁ ହେଲେ ମ୍ୟାଚ୍ରେ ଅତିକମ୍ରେ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାକୁ ପଡ଼ିବ।