PORT OF SPAIN, TRINIDAD AND TOBAGO - AUGUST 14: Chris Gayle of the West Indies wears the number 301, for his 301st ODI during the third MyTeam11 ODI between the West Indies and India at the Queen's Park Oval on August 14, 2019 in Port of Spain, Trinidad And Tobago. (Photo by Ashley Allen/Getty Images)
ପୋର୍ଟ ଅଫ୍ ସ୍ପେନ, ୧୫।୮(ପି.ଟି.)- ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ କ୍ୟାରିୟର ୩୦୧ତମ ଏକଦିବସୀୟ ଖେଳିଥିଲେ ଓ୍ବେଷ୍ଟଇଣ୍ଡିଜ ଦୁର୍ଦ୍ଦଶ ଓପନର କ୍ରିସ୍ ଗେଲ୍। ତେଣୁ ମ୍ୟାଚରେ ସେ ୩୦୧ ନମ୍ବର ଜର୍ସି ପରିଧାନ କରି ଖେଳିଥିଲେ। ଏହା ଗେଲ୍ଙ୍କ କ୍ୟାରିୟରର ସମ୍ଭାବ୍ୟ ଅନ୍ତିମ ଦିନିକିଆ ହୋଇଥିବାରୁ ସେ ୪୧ ବଲ୍ରୁ ୭୨ ରନ କରି ଆଉଟ ହେବାପରେ ଭାରତୀୟ ଖେଳାଳିମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଡ୍ରେସିଂ ରୁମ୍ରେ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ମଧ୍ୟ ଛିଡ଼ା ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ। ଆଉଟ ହେବାପରେ ଗେଲ୍ ନିଜ ବ୍ୟାଟ୍କୁ ଓପରକୁ ଫୋପାଡ଼ି ଦେଇଥିଲେ। ଏହାପରେ ବ୍ୟାଟ୍ ଉପରେ ହେଲ୍ମେଟ ରଖି ପଡ଼ିଆ ଛାଡ଼ିଥିଲେ। ୩୦୧ ମ୍ୟାଚରେ ଗେଲ୍ ୨୫ ଶତକ ଓ ୫୪ ଅର୍ଦ୍ଧଶତକ ସହାୟତାରେ ୧୦୪୮୦ ରନ ସଂଗ୍ରହ କରିଥିଲେ। ସେହିପରି ସେ ୧୦୩ଟି ଟେଷ୍ଟ ଖେଳି ୧୫ ଶତକ ସହ ୭୨୧୪ ରନ ସ୍କୋର କରିଥିଲେ। ଗେଲ୍ ଦୀର୍ଘବର୍ଷ ଧରି ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି। ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ଖେଳି ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ଚୟନକର୍ତ୍ତାମାନେ ଟେଷ୍ଟ ସିରିଜ ପାଇଁ ତାଙ୍କୁ ଚୟନ କରି ନ ଥିଲେ। ଭାରତ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ସେ ଖେଳି ନ ଥିଲେ। ଭାରତ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଖେଳି ସେ ଏକ ରେକର୍ଡର ଅଧିକାରୀ ହୋଇଥିଲେ। ଓ୍ବେଷ୍ଟଇଣ୍ଡିଜର ସର୍ବାଧିକ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସେ ବ୍ରାଏନ ଲାରା(୨୯୯ ମ୍ୟାଚ)ଙ୍କ ରେକର୍ଡ ଭାଙ୍ଗିଥିଲେ।