Categories: ଅନୁଗୋଳ

୨ ପଞ୍ଚାୟତକୁ କରାଗଲା ସାନିଟାଇଜ

ବଇଣ୍ଡା,୧୫।୫(ଡି.ଏନ.ଏ.)-ବାମୁର ଅଗ୍ନିଶମ ବିଭାଗ ପକ୍ଷରୁ ଶୁକ୍ରବାର ହଣ୍ଡପା ଓ ଉରୁକୁଳା ପଞ୍ଚାୟତର ପଞ୍ଚାୟତ ଗୃହ, କ୍ୱାରାଣ୍ଟାଇନ ସେଣ୍ଟର, ଥାନା, ମେଡ଼ିକାଲ, ହଣ୍ଡପା ବଜାର ସହ ବିଭିନ୍ନ ଅନୁଷ୍ଠାନକୁ ସାନିଟାଇଜ କରାଯାଇଛି। ବାମୁର ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ବେହେରା, ରଞ୍ଜନ ନାୟକ, ଗଣେଶ ଭଞ୍ଜ, ପ୍ରଶାନ୍ତ ନାୟକ ପ୍ରମୁଖ ଯୋଗଦେଇ ସାନିଟାଇଜ କରିଥିଲେ। ସରପଞ୍ଚ ଅମୀୟ କୁମାର ପ୍ରଧାନ ଓ ଅଶୋକ କୁମାର ପ୍ରଧାନ ସହଯୋଗ କରିଥିଲେ।