୨୫ ବର୍ଷ ତଳେ ମୋଦିଙ୍କ ସହ ଯାଇଥିଲେ ଆମେରିକା ଏବେ ହେବେ କ୍ୟାବିନେଟ୍‌ ମନ୍ତ୍ରୀ

ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ତେଲେଙ୍ଗାନାର ସିକନ୍ଦରାବାଦ ଲୋକ ସଭା ଆସନ ଏମ୍‌ପି ଜି.କିଶନ୍‌ ରେଡ୍ଡୀ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଛି। ୨୫ ବର୍ଷ ତଳେ କିଶନ ମୋଦିଙ୍କ ସହିତ ଆମେରିକା ଯାଇଥିଲେ। ଏବେ ସେ ମୋଦି କ୍ୟାବିନେଟ୍‌ରେ ସ୍ଥାନ ପାଇବା ପକ୍କା ହୋଇଛି। କିଶନଙ୍କ ଉଦ୍ୟମରେ ତେଲେଙ୍ଗାନାରେ ଭାଜପା ୪ ଲୋକ ସଭା ଆସନ ହାତେଇବାରେ ସଫଳ ହୋଇଛି। ତେଣୁ ତାଙ୍କୁ କ୍ୟାବିନେଟ୍‌ରେ ନେବାକୁ ମୋଦି ଇଛା ପ୍ରକାଶ କରିଥିବା କୁହାଯାଉଛି।