୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୩୧।୫ : ମହାରାଷ୍ଟ୍ର ପରେ ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୯୮୪୪କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ଦିଲ୍ଲୀରେ ୧୦୮୯୩ ମାମଲା ସକ୍ରିୟ ରହିଛି। କରୋନାରେ ଏପର୍ଯ୍ୟନ୍ତ ଦିଲ୍ଲୀରେ ୪୭୩ ଜଣଙ୍କର ମୃତ୍ୟୁ ହୋଇଛି।