Ordnance recovered by members of Iraq Mine UXO Clearance Organization explodes during a controlled detonation in a field in Radhwaniya district western Baghdad December 7, 2008. REUTERS/Saad Shalash (IRAQ)
ମସ୍କୋ,୧୭।୮: ଗତ ୨୪ ଘଣ୍ଟା ମଧ୍ୟରେ ସିରିଆ ବିଦ୍ରୋହୀ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏନେଇ ଶନିବାର ରୁଷିଆ ସୈନ୍ୟ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ହାମା, ଇଦ୍ଲିବ୍, ଆଲେପ୍ପୋ, ଲଟାକିଆ ଆଦି ପ୍ରଦେଶରେ ବିଦ୍ରୋହୀ ଏପରି କରିଥିବା କୁହାଯାଉଛି। ଗୋଟିଏ ଦିନରେ କେତେ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି ସେନେଇ ପୂର୍ବରୁ ମେଜର ଜେନେରାଲ ଆଲେକ୍ସି ବାକିନ୍ ସୂଚନା ଦେଇଥିଲେ। ଏହାପରେ ରୁଷିଆ ପକ୍ଷରୁ ଏହାର ସରକାରୀ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୧ ମାର୍ଚ୍ଚଠାରୁ ସିରିଆରେ ଜାରି ରହିଥିବା ଗୃହଯୁଦ୍ଧରେ ଇତିମଧ୍ୟରେ ୩ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଜୀବନ ଭୟରେ ବହୁ ଲୋକ ଭିଟାମାଟି ଛାଡ଼ିଛନ୍ତି।