SSUCv3H4sIAAAAAAAACpyRz27DIAzG75P2DhHnRsrIv6avUu3gAEtQCVRANk1V330GQsV5N/yz/dmfeby/VRWZwUlGLtUjRBhLpXbnLXhpNOLmdHArNBe2JIJLb6wEVcIZPFs1bAKh3pUK+BmTxHnwuxMuDDsQAy8W1EjwJZE2uqa4yomYxA5MEXIqmNvnyDJK4v/qTI/P7AYWodlvXLgwYoUSkIxcUym5/Xhht9Ia7FyawtW3YaBCQVso3a1kUi9Fm/FrvHJuY2bX3oYVXpsTZcwdZhVO/IWaIvMVnMNynnkxiOGfmq2Yo42PBg5VwvEnQvjRUtpP49T047ntaE/pUZB+b5WoE9fJQhizm+SldRk2IKjT9815rAc2THU3saE+N+1Q9zBTymkruqnBwz//AAAA//8DAAUdotaHAgAA
ନୂଆଦିଲ୍ଲୀ,୧।୬: ଆମେରିକା, ଭାରତ,ରୁଷିଆ, ବ୍ରାଜିଲ, ପେରୁ, ଚିଲି ଓ ପାକିସ୍ତାନରେ ରବିବାର ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରବିବାର ଲାଗାତର ୫ ଦିନ ଧରି ବିଶ୍ୱରେ ୨୪ ଘଣ୍ଟାରେ ଲକ୍ଷାଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏବେ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨,୫୯,୨୦୦ ଅତିକ୍ରମ କରି ସାରିଥିବା ବେଳେ ଗତ ୨୪ ଘଣ୍ଟାରେ ୩,୨୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଏବେ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩,୭୩,୬୦୦ ପାର କରିଯାଇଛି। ରବିବାର ଆମେରିକାରେ ସବୁଠାରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସବୁଠାରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଛି।