A view shows the supplies of marble slabs for flooring at the construction site of the Gurdwara Darbar Sahib, which will be open this year for Indian Sikh pilgrims, in Kartarpur, Pakistan September 16, 2019. REUTERS/Mohsin Raza
ନୂଆଦିଲ୍ଲୀ,୨୨ା୧୦(ପି.ଟି.):କର୍ତାରପୁର କରିଡର କାର୍ଯ୍ୟକାରିତା ଲାଗି ୨୩ ତାରିଖରେ ପାକିସ୍ତାନ ସହ ଚୁକ୍ତିନାମା ସ୍ବାକ୍ଷର ପାଇଁ ଭାରତ ପ୍ରସ୍ତୁତ ଥିବା ସୋମବାର କହିଛି। ତେବେ ତୀର୍ଥଯାତ୍ରୀଙ୍କ ଉପରେ ୨୦ ଡଲାର ସେବା ଟିକସ ବସାଇବାକୁ ପାକିସ୍ତାନ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନୂଆଦିଲ୍ଲୀ କହିଛି। ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ଅବସରରେ କର୍ତାରପୁର ସାହିବ୍ କରିଡର ଉଦ୍ଘାଟନ ହେଉଥିବାରୁ ଭାରତ ଓ ଅନ୍ୟ ଦେଶରୁ ତୀର୍ଥଯାତ୍ରୀମାନେ ସେଠାକୁ ଯିବାର ସୁଯୋଗ ପାଇବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦ ଡଲାର ସେବା ଟିକସ ଧାର୍ଯ୍ୟ କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏଭଳି ଟିକସ ନ ଲଗାଇବା ପାଇଁ ସରକାର ପାକିସ୍ତାନକୁ ଅନୁରୋଧ କରିଛନ୍ତି।