Ruta Meilutyte of Lithuania is seen before competing in the women's 50m freestyle heats during the London 2012 Olympic Games at the Aquatics Centre August 3, 2012 REUTERS/Toby Melville (BRITAIN - Tags: SPORT OLYMPICS SPORT SWIMMING) - LM2E8830PXK9W
ଭିଲନିଅସ(ଲିଥୁଆନିଆ),୨୨।୫- ପୂର୍ବତନ ଅଲିମ୍ପିକ୍ ସନ୍ତରଣ ଚାମ୍ପିୟନ ରୁଟା ମେଇଲୁଟାଇଟ ବୁଧବାର ଅବସର ଗ୍ରହଣ କରିଛନ୍ତି। କ୍ରମାଗତ ୩ଟି ଡୋପ ଟେଷ୍ଟର ସମ୍ମୁଖୀନ ହୋଇ ନ ପାରିବାରୁ ୨୨ ବର୍ଷୀୟା ଆଥ୍ଲେଟ୍ ଅବସର ନେଇଛନ୍ତି। ଆଗାମୀ ଅଲିମ୍ପିକ୍ ପରିବର୍ତ୍ତେ ନିଜ ପାଠପଢ଼ା ଓ ଅନ୍ୟ ଇଚ୍ଛାକୁ ଗୁରୁତ୍ୱ ଦେବା ପାଇଁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ମୁଁ ସନ୍ତରଣ ପାଇଁ ସବୁ କିଛି କରିସାରିଛି। ବ୍ୟସ୍ତବହୁଳ ଓ୍ବାର୍କ ଆଉଟ୍ ଯୋଗୁ ମୋତେ ପାଠପଢ଼ା ସହ ବୁଝାମଣା କରିବାକୁ ପଡ଼ିଥିଲା। କିନ୍ତୁ ଏବେ ମୁଁ ପୁଣି ଆରମ୍ଭ କରିପାରିବି। ମୁଁ ବର୍ତ୍ତମାନଠାରୁ ସାଧାରଣ କାର୍ଯ୍ୟ କରିବାକୁ ଚାହେଁ ବୋଲି ସେ କହିଛନ୍ତି। ସେ ମାତ୍ର ୧୫ ବର୍ଷ ବୟସରେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ୧୦୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପରବର୍ଷ ବିଶ୍ୱ ଚାମ୍ପିୟନଶିପ୍ରେ ମଧ୍ୟ ସ୍ବର୍ଣ୍ଣ ପାଇଥିଲେ। ଏହାପରେ ସେ ନିଜ ସଫଳତା ପାଇଁ ଚାପର ସମ୍ମୁଖୀନ ହେଉଥିବା କହିଥିଲେ।