JAMMU, INDIA - APRIL 27: Villagers collecting drinking water from an almost dried up well at Padal village of Samba district, around 40 kilometer from Jammu, on April 27, 2016 in Jammu, India. According to reports, 10 villages in Samba district of Jammu and Kashmir are drought-affected. The drought has been ongoing for the past two months in the region, forcing women and children to walk miles to fetch water. (Photo by Nitin Kanotra/Hindustan Times via Getty Images)
ନୂଆଦିଲ୍ଲୀ,୨୭ା୬(ପି.ଟି.): କେତେଜଣ ଅତିରିକ୍ତ ଓ ଯୁଗ୍ମ ସଚିବଙ୍କ ସମେତ ୨୨୫ ବରିଷ୍ଠ ଅଧିକାରୀଙ୍କୁ ଜଳାଭାବ ଦେଖାଦେଉଥିବା ଜିଲାଗୁଡ଼ିକର ଇନ୍-ଚାର୍ଜ (ପ୍ରଭାରୀ) ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଦେଶର ଜଳକ୍ଳିଷ୍ଟ ଜିଲାଗୁଡ଼ିକରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି।
୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧୀନ ୨୨୫ ଜିଲାକୁ ଜଳକ୍ଳିଷ୍ଟ ଜିଲା ଭାବେ ଚିହ୍ନଟ କରାଯାଇଛି। ଏହି ଜିଲାଗୁଡ଼ିକର ୧,୫୯୩ ବ୍ଲକ୍ରେ ଜଳାଭାବ ରହିଥିବାବେଳେ ସେଥିରୁ ୩୧୩ଟିରେ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ରହିଛି। ଏହି ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାର ଜୁଲାଇ ୧ରେ ଜଳଶକ୍ତି ଅଭିଯାନ (ଜେଏସ୍ଏ) ଆରମ୍ଭ କରିବାକୁ ଯାଉଛନ୍ତି। ଦେଶର ୨୨୫ ଜଳକ୍ଳିଷ୍ଟ ଜିଲାରେ ଏହାର ସଂଯୋଜନା କରିବା ଲାଗି ସରକାର କେନ୍ଦ୍ରୀୟ ପ୍ରଭାରୀ ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ନେଇ ବୁଧବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି ନବନିଯୁକ୍ତ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଅଫିସରମାନଙ୍କୁ ନେଇ ଗଠିତ ଏକ ଟିମ୍ରେ ସାମିଲ ହେବେ। ଉକ୍ତ ଟିମ୍ରେ ନିର୍ଦ୍ଦେଶକ କିମ୍ବା ଉପସଚିବ ସ୍ତର ଅଧିକାରୀ, ଭୂତଳ ଜଳ ବିଜ୍ଞାନୀ ଓ ଯନ୍ତ୍ରୀ ସାମିଲ ହେବେ। ସେହିପରି ରାଜ୍ୟ ଓ ଜିଲା ସ୍ତରରେ ମଧ୍ୟ ଟିମ୍ ଗଠନ କରାଯିବ। ଏହି ଟିମ୍ଗୁଡ଼ିକ ଚିହ୍ନଟ କରାଯାଇଥିବା ବ୍ଲକ୍ ଓ ଜିଲାଗୁଡ଼ିକୁ ପରିଦର୍ଶନ କରି ଜଳାଭାବ ଦୂର ଲାଗି ଯୋଜନାର ରୂପାୟନକୁ ସଂଯୋଜନା କରିବେ।