The Chief Minister of Odisha, Shri Naveen Patnaik calling on the Prime Minister, Shri Narendra Modi, in New Delhi on October 06, 2014.
ବରଗଡ ଅଫିସ,୨୦।୧: ଆସନ୍ତା ୨୧ ତାରିଖ ଅର୍ଥାତ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରକୁ ହେଲିକପ୍ଟର ଯୋଗେ ପହଞ୍ଚିବେ। ସେଠାରେ ରହିଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଉଦଘାଟନ ସହିତ ଡାକ୍ତରଖାନା ବୁଲି ଦେଖିବେ। ସେହିପରି ୧୨ଟା ୩୦ ମିନିଟରେ ବରଗଡ ବିଜ୍ଞାନ କେନ୍ଦ୍ର ଉଦଘାଟନ ସାରି ୧୨ଟା ୪୫ ମିନିଟରେ ଟୁକୁର୍ଲା ନିକଟରେ ଆୟୋଜିତ ସଭାରେ ଉଦବୋଧନ ଦେବେ। ସେଠାରେ ଜିଲାର ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ସହିତ ଅନେକ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ବିତରଣ କରିବେ ଏବଂ ଦିନ ପ୍ରାୟ ୧ଟାରେ ମୁଖ୍ୟମନ୍ତ୍ରୀ ପୁଣି ହେଲିକପ୍ଟର ଯୋଗେ ବରଗଡ ଛାଡିବାର କାର୍ଯ୍ୟକ୍ରମ ରହିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।