କୋରାପୁଟ,୩୧/୧୦(ଅମିତାଭ ବେହେରା): ଝାରସୁଗୁଡାଠାରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ କୋରାପୁଟକୁ ୭ ଟି ପଦକ ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବର ୨୪ରୁ ୨୬ ତାରିଖ ଯାଏ ଝାରସୁଗୁଡ଼ାରେ ୨୦ତମ ରାଜ୍ୟ ସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟ ଜିଲାରୁ ୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।
ବାଳିକା ବିଭାଗରେ କୁନ୍ଦ ମାଝୀ କେ ୩ରେ ସ୍ବର୍ଣ୍ଣ ଓ ମିକ୍ସ କେ ୧ସ୍ରେ ସିଲଭର ପଦକ ହାସଲ କରିଛନ୍ତି। ସେହିଭଳି ପୁରୁଷ ବିଭାଗରେ କୃଷ୍ଣଚନ୍ଦ୍ର ନାୟକ କେ -୪ ରେ ସିଲଭର ପଦକ ଓ କେ -୧ ରେ ସିଲଭର ପଦକ, ଏକଲବ୍ୟା ହିଆଲ କେ -୧ ରେ ସିଲଭର ପଦକ ଓ କେ -୧ ରେ ସିଲଭର ଏବଂ ଯୋଗେଶ୍ୱର ବେହେରା କେ -୩ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଜଣାପଡ଼ିଛି । ହନୁମାନ ସ୍ପୋର୍ଟିଂ ଓ ଏକାଡେମୀ ଅଫ ମାର୍ଶାଲ ଆର୍ଟର ସମ୍ପାଦକ ଏକାଦଶୀ ବେହେରା ଏନେଇ ଓଡ଼ିଶା ସ୍କ୍ବାଏ ଆସୋସିଏସନର ସମ୍ପାଦକ ଏସ. ସଳାଲୁଦିନ ଓ ଆୟୋଜକ ସୁଶାନ୍ତ ଗୁପ୍ତାଙ୍କୁ ଧନ୍ୟବାଦ ଜଣାଇବା ସହିତ କୋଚ କେ.ଜଗଦୀଶ ରାଓଙ୍କୁ ମଧ୍ୟ୍ୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।