New Delhi: Union MoS Youth Affairs and Sports (Independent Charge) and Minority Affairs, Kiren Rijiju addresses at the meeting of the National Sports Federations (NSFs) to discuss National Sports code and other issues, in New Delhi on Oct 11, 2019. (Photo: IANS/PIB)
ମୁମ୍ବାଇ, ୧୩।୬(ପି.ଟି.)-୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସର ପଦକ ତାଲିକାରେ ଟପ୍-୧୦ ଫିନିଶ୍ ଭାରତର ଲକ୍ଷ୍ୟ। ଆଗାମୀ ଦିନରେ ଭାରତ କେବଳ ଅଲିମ୍ପିକ୍ସରେ ଭାଗନେଉ ବୋଲି ଆମେ ଚାହୁଁନା, ସଫଳତା ହାର ମଧ୍ୟ ଉପରେ ରହିବା ଆବଶ୍ୟକ ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି। ତେଣୁ ୨୦୨୮ ଅଲିମ୍ପିକ୍ସରେ ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ଭାରତ ସ୍ଥାନ ପାଇବା ଆମର ଟାର୍ଗେଟ। ଏହି ଯୋଜନା ଓ ରଣନୀତି ନେଇ ଭାରତୀୟ ଅଲିମ୍ପିକ୍ ଆସୋସିଏଶନ ଏବଂ ଜାତୀୟ ସ୍ପୋଟର୍ସ ଫେଡେରେଶନଗୁଡ଼ିକ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ୨୦୨୦ ଅଲିମ୍ପିକ୍ସ କରୋନା ଭାଇରସ ସଂକ୍ରମଣ କାରଣରୁ ସ୍ଥଗିତ ରହିଛି। ଏହା ୨୦୨୧ରେ ହେବ। ୨୦୨୪ ଅଲିମ୍ପିକ୍ସ ପ୍ୟାରିସ ଏବଂ ୨୦୨୮ ଅଲିମ୍ପିକ୍ସ ଲସ୍ ଏଞ୍ଜେଲ୍ସରେ ଆୟୋଜିତ ହେବ।
ଭାରତ ୨୦୨୪ ଅଲିମ୍ପିକ୍ସରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିବ। ତେବେ ୨୦୨୮ ଅଲିମ୍ପିକ୍ସ ଉପରେ ମୁଖ୍ୟତଃ ଫୋକସ ରହିବ ବୋଲି ରିଜିଜୁ ପ୍ରକାଶ କରିଛନ୍ତି। ”ମୁଁ ନିଃସନ୍ଦେହରେ କହିପାରେ ଯେ, ଭାରତ ୨୦୨୪ ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଉନ୍ନତ ପ୍ରଦର୍ଶନ କରିବ। ୨୦୨୮ ଅଲିମ୍ପିକ୍ସ ବେଳକୁ କିନ୍ତୁ ଆମେ ନିଜକୁ ଟପ୍-୧୦ରେ ଦେଖିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି। ଟାର୍ଗେଟରେ ପହଞ୍ଚତ୍ବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆ ଯାଇଛି। ଖେଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ପରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଅଲିମ୍ପିକ୍ସରେ କିପରି ଭାରତ ଅଧିକ ସଫଳତା ପାଇବ ଏହା ସମସ୍ତଙ୍କର ଲକ୍ଷ୍ୟ। ତେଣୁ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରି ଭାରତରେ ଏକ କ୍ରୀଡ଼ା ସଂସ୍କୃତିର ମୂଳଦୁଆ ପକାଇବା ସମ୍ଭବ ହୋଇଛି। ଏହା ବ୍ୟତୀତ ତ୍ରୁଣମୂଳ ସ୍ତରରୁ ମଧ୍ୟ ପ୍ରତିଭା ଚିହ୍ନଟ କରାଯାଇ ସେମାନଙ୍କୁ ଉପଯୁକ୍ତ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ରିଜିଜୁ କହିଛନ୍ତି।