PARIS, FRANCE - APRIL 16: Co-chairman and co-founder of the The Bill and Melinda Gates Foundation, Bill Gates speaks to the media after his meeting with French president Emmanuel Macron at the Elysee Palace on April 16, 2018 in Paris, France. (Photo by Chesnot/Getty Images)
ନୂଆଦିଲ୍ଲୀ,୧୭-୧୧:ଭାରତ ନିକଟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବାର ଅନେକ କ୍ଷମତା ରହିଛି। ୨୦୨୦ ପରେ ଭାରତର ଜିଡିପି ଅଭିବୃଦ୍ଧି ତ୍ୱରାନ୍ବିତ ହେବ ବୋଲି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ରବିବାର କହିଛନ୍ତି। ଭାରତର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ବେଳେ ସରକାରଙ୍କୁ ଏନେଇ ଅର୍ଥନୀତିଜ୍ଞ ସମାଲୋଚନା କରିଛନ୍ତି। ଏଭଳି ସ୍ଥିତିରେ ଅଭିବୃଦ୍ଧି ନେଇ ବିଲ୍ ଗେଟ୍ସର ମନ୍ତବ୍ୟ ଆସିଛି। ସେ କହିଛନ୍ତି, ବିକାଶ କ୍ଷେତ୍ରରେ ଆଗାମୀ ଦଶକ ଭାରତର ହେବ। ଏକ ବୃହତ୍ ସଂଖ୍ୟକ ଜନସଂଖ୍ୟାକୁ ଗରିବୀରୁ ବାହାରକୁ ଆଣିବା ଦିଗରେ ସରକାର କାର୍ଯ୍ୟ କରିବା ନେଇ ସେ ଆଶାବାଦୀ। ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ନିବେଶ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହାବାଦ ଗେଟ୍ସ ଆଧାର ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ମାନ୍ଦାବସ୍ଥା କେବେ ଯାଏ ରହିବ ସେ ଉପରେ ଗେଟସ ସ୍ପଷ୍ଟ ଭାବେ କୌଣସି କଥା କହି ନାହାନ୍ତି। ହେଲେ ଆଗାମୀ ଦଶକରେ ଭାରତ ନିକଟରେ ବିକାଶର ଅନେକ ସମ୍ଭାବନା ଥିବା ମତ ରଖିଛନ୍ତି। ଭାରତ ନିକଟରେ ଅଭିବୃଦ୍ଧିର ସମସ୍ତ ସମ୍ଭାବନା ଥିବାରୁ ଏହା ଅଭିବୃଦ୍ଧି ଦିଗରେ ବଢି ପାରିବ ବୋଲି ସେ କହିଛନ୍ତି।