Indian cricket team captain Virat Kohli reacts during the third day of the second cricket test match between India and South Africa in Pune, India, Saturday, Oct. 12, 2019. (AP Photo/Rajanish Kakade)
ନୂଆଦିଲ୍ଲୀ, ୨୬।୧୨: ୨୦୧୯ରେ ଭାରତ ସବୁଫର୍ମାଟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ଖରାପ ପ୍ରଦର୍ଶନକୁ କେବେ ଭୁଲି ହେବ ନାହିଁ। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏହି ପରାଜୟକୁ ନେଇ ବିରାଟ କହିଛନ୍ତି, ସେମିଫାଇନାଲରେ ନଟ୍ଆଉଟ୍ ରହି ଦଳକୁ ବିଜୟ କରିବି ବୋଲି ମନରେ ଦୃଢ ବିଶ୍ୱାସ ଥିଲା। ଏହା ମୋର ଅହଂକାର ଥିଲା। ଏଥିପାଇଁ ମୁଁ ଶୀଘ୍ର ଆଉଟ୍ ହୋଇଥିଲି ବୋଲି ସେ କହିଛନ୍ତି। ବିରାଟ ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ବଏରେ ୧ ରନ୍ କରି ଏଲବିଡବ୍ଲୁ ଆଉଟ୍ ହୋଇଥିଲେ। ସୂଚନାଯୋଗ୍ୟ, ସେମିଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୨୩୯ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ ମାତ୍ର ୨୨୧ ରନ୍ ହିଁ କରିପାରିଥିଲା।