KOLKATA, INDIA - 2019/12/17: In this photo illustration, a notification message seen displayed on a smartphone regarding internet service being suspended as per the government instructions in Kolkata. According to the official, the government has decided to shutdown Internet services in several districts to prevent rumours and circulation of fake news on the nationwide protest against NRC, CAB. (Photo Illustration by Avijit Ghosh/SOPA Images/LightRocket via Getty Images)
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୧: ଗତ ୨୦୧୯ ବର୍ଷରେ ପୃଥିବୀର ୨୧ଟି ଦେଶରେ ମୋଟ ୧୮ ହଜାର ୨ ଶହ ୨୫ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ସେଥିମଧ୍ୟରୁ ୧୧ ହଜାର ୮ ଶହ ୫୭ ଘଣ୍ଟା ଇଣ୍ଟରନେଟ୍ ଉପରେ କଟକଣା ଜାରି ହୋଇଥିଲା। ସେହିପରି ସୋସିଆଲ ମିଡ଼ିଆ ଉପରେ ୬ ହଜାର ୩ ଶହ ୬୮ ଘଣ୍ଟା ପ୍ରତିବନ୍ଧକ ଜାରି ହୋଇଥିଲା। ଇଣ୍ଟରନେଟ୍ ସେବା ବନ୍ଦ ଦ୍ୱାରା ୫୭ ହଜାର ୩ଶହ ୨୪ କୋଟି ଟଙ୍କାର କ୍ଷତି ହୋଇଥିଲା। ଏନେଇ ବିପିଏନ୍ ଓ୍ବେବସାଇଟ୍ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ତାଲିକାରରେ ମ୍ୟାନ୍ମାରରେ ସର୍ବାଧିକ ୪ ହଜାର ୮ଶହ ୮୦ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରହିଥିବା ଦର୍ଶାଯାଇଛି। ଏହା ଯୋଗୁ ୫ଶହ ୩୫ କୋଟି ଟଙ୍କା କ୍ଷତି ହୋଇଥିଲା। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଚାଦ୍ ରହିଛି। ଏଠାରେ ୨୦୧୯ରେ ୪ ହଜାର ୭ଶହ ୨୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ସେବା ବନ୍ଦ ଦ୍ୱାରା ୯ଶହ କୋଟିର କ୍ଷତି ହୋଇଥିଲା। ତାଲିକାର ତୃତୀୟ ସ୍ଥାନରେ ଭାରତ ରହିଛି। ଭାରତରେ ମୋଟ ୪ ହଜାର ଶହେ ୯୬ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ସେଥିମଧ୍ୟରୁ କେବଳ ଜମ୍ମୁ-କଶ୍ମୀରରେ ୩ ହଜାର ୬ ଶହ ୯୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ ରହିଥିଲା। ଏହାଦ୍ୱାରା ଭାରତରେ ୯ ହଜାର ୩ ଶହ କୋଟି ଟଙ୍କାର କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଜମ୍ମୁ-କଶ୍ମୀରରେ ଏହା ଯୋଗୁ ୭ ହଜାର ୬ ଶହ କୋଟି ଟଙ୍କାର କ୍ଷତି ହୋଇଥିଲା। ସେହିପରି ସୁଦାନରେ ୧୫ ଶହ ୬୦ ଘଣ୍ଟା ଏବଂ କଙ୍ଗୋରେ ୪ଶହ ୫୬ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ଏହା ଦ୍ୱାରା ଯଥାକ୍ରମେ ୧୩ ହଜାର ୨ ଶହ ୯୦ କୋଟି ଏବଂ ୪ ଶହ ୩୫ କୋଟି ଟଙ୍କାର କ୍ଷତି ହୋଇଥିବା ରିପୋର୍ଟରେ କୁହାଯାଇଛି।