Categories: Home Leftଖେଳ

୨୦୦ ମି. ଦୌଡ଼ରେ ଦୂତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୧ା୩- ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡ଼ ଭଳି ୨୦୦ ମି. ରେସରେ ମଧ୍ୟ ଶୀର୍ଷ ସଫଳତା ପାଇଛନ୍ତି। ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୨୪ ବର୍ଷୀୟା ଦୂତୀ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। କିଟ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଧାବିକା ଦୌଡ଼ରେ ୨୩.୬୬ ସେକେଣ୍ଡ ଟାଇମିଂ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୀପାଲି ମହାପାତ୍ର ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ଦୌଡ଼କୁ ୨୫.୧୯ ସେ.ରେ ଶେଷ କରିଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟର କିର୍ତ୍ତି ବିଜୟ ଭୋଇତେ (୨୪.୯୮ ସେ) ରୌପ୍ୟ ପଦକ ହାତେଇଥିଲେ।