ROGER FEDERER (SUI) TENNIS , AUSTRALIAN OPEN, MELBOURNE PARK, MELBOURNE, VICTORIA, AUSTRALIA, GRAND SLAM, HARD COURT, OUTDOOR, ITF, ATP, WTA, 2020, © TENNIS PHOTO NETWORK
ଜେନେଭା,୨୬ା୩ (ଏଏଫ୍ପି)-ସୁଇଜରଲାଣ୍ଡରେ କରୋନା ଭାଇରସ୍ ଜନିତ ସଂକଟ ଦେଖା ଦେଇଥିବାବେଳେ ଷ୍ଟାର ଟେନିସ୍ ଖେଳାଳି ରୋଜର ଫେଡରର ସହାୟତାର ହାତ ବଢାଇଛନ୍ତି। କୋଭିଡ୍-୧୯ର ମୁକାବିଲା ପାଇଁ ୨୦ଥର ଗ୍ରାଣ୍ଡସ୍ଲାମ ବିଜେତା ଓ ତାଙ୍କ ସ୍ତ୍ରୀ ମିକା ଏକ ନିୟୁତ ସୁଇସ୍ ଫ୍ରାଙ୍କ୍ (୧.୦୨ ନିୟୁତ ଡଲାର, ୯,୪୩,୦୦୦ ୟୁରୋ) ଦାନ କରିଛନ୍ତି। ବିଶ୍ୱସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ବିଶ୍ୱ କରୋନା ସଂକ୍ରମିତ ତାଲିକାରେ ସୁଇଜରଲାଣ୍ଡ ୯ମ ସ୍ଥାନରେ ରହିଛି। ସୁଇସ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮,୮୦୦ରୁ ଅଧିକ। ସୋମବାର ସୁଦ୍ଧା ୮୬ ଜଣଙ୍କର ମୃତ୍ୟୁ ଘଟିଛି।