CHRISTCHURCH, NEW ZEALAND - JANUARY 07: Anil Chaudhary poses during the Umpires ICC U19 Cricket World Cup Headshots Session at Rydges Christchurch on January 7, 2018 in Christchurch, New Zealand.
ଦୁବାଇ,୯।୧(ପି.ଟି.)- ଆସନ୍ତା ୧୭ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୯ ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ମ୍ୟାଚ୍ ଅଫିସିଆଲ ଓ ଅମ୍ପାୟର ତାଲିକା ପ୍ରକାଶିତ ହୋଇଛି। ଏଥିରେ ଏକମାତ୍ର ଭାରତୀୟ ଭାବେ ଅନିଲ ଚୌଧୁରୀ ସ୍ଥାନ ପାଇଛନ୍ତି। ୧୯ ଜଣିଆ ମ୍ୟାଚ୍ ଅଫିସିଆଲଙ୍କ ତାଲିକାରେ ୧୬ଜଣ ଅମ୍ପାୟର ସ୍ଥାନ ପାଇଛନ୍ତି।
୫୪ ବର୍ଷୀୟ ଅନିଲ ଏପର୍ଯ୍ୟନ୍ତ ୨୦ଟି ଦିନିକିଆ ଓ ୨୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ପରିଚାଳନା କରିଛନ୍ତି। ଚଳିତ ଭାରତ- ଶ୍ରୀଲଙ୍କା ସିରିଜରେ ମଧ୍ୟ ସେ ଦାୟିତ୍ୱରେ ରହିଛନ୍ତି। ସେ ଏକାଧିକ ୧୯ ବର୍ଷରୁ କମ ବିଶ୍ୱକପ୍ରେ ଦାୟିତ୍ୱ ସମ୍ପାଦନ କରିଛନ୍ତି। ଅବସର ଘୋଷଣା କରିଥିବା ଅଭିଜ୍ଞ ଅମ୍ପାୟର ଇଆନ ଗୋଲ୍ଡ ବ୍ଲୋଏମ୍ ଫାଉଣ୍ଟେନ୍ରେ ଖେଳାଯିବାକୁ ଥିବା ଭାରତ- ଶ୍ରୀଲଙ୍କା ଉଦ୍ଘାଟନୀ ମ୍ୟାଚ୍ ପରିଚାଳନା କରିବେ। ଭାରତ ଗତ ସଂସ୍କରଣରେ ଟାଇଟଲ ଜିତିଥିଲା। ୧୨ଟି ଦେଶରୁ ୧୬ଜଣ ଅମ୍ପାୟର ମ୍ୟାଚ୍ ପରିଚାଳନା କରିବେ। ପ୍ରତ୍ୟେକ ଅମ୍ପାୟର ବିଶ୍ୱକପର ପ୍ରଥମ ପର୍ଯ୍ୟାୟରେ ୫ଟି ଲେଖାଏ ମ୍ୟାଚ୍ ପରିଚାଳନା କରିବେ। ୮ଜଣ ଟିଭି ଅମ୍ପାୟର ଭାବେ ଦାୟିତ୍ୱ ନିର୍ବାହ କରିବେ।
ଟୁର୍ନାମେଣ୍ଟ ପାଇଁ ଆଇସିସି ୩ଜଣ ମ୍ୟାଚ୍ ରେଫରିଙ୍କ ନାମ ଘୋଷଣା କରିଛି। ସେମାନେ ହେଲେ ଶ୍ରୀଲଙ୍କାର ଗ୍ରେମ୍ ଲାମରୁୟ, ଦକ୍ଷିଣ ଆଫ୍ରିକାର ଶାଇଦ୍ ଓ୍ବାଡଭାଲ୍ଲା ଓ ଇଂଲଣ୍ଡର ଫିଲ୍ ହ୍ବାଇଟିକେସ୍। ଅଭିଜ୍ଞ ଅମ୍ପାୟର ଓ୍ବେନ ନାଇଟ୍ସ ଓ ରବୀନ୍ଦ୍ର ଓ୍ବିମାଲାସିରିଜ ଆଫଗାନିସ୍ତାନ ବିପକ୍ଷ ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ମ୍ୟାଚ୍ ପରିଚାଳନା କରିବେ। ଏହି ମ୍ୟାଚ୍ ଆସନ୍ତା ୧୭ ତାରିଖରେ କିମ୍ବରଲିରେ ଖେଳାଯିବ। ରସିଦ ରିଆଜ ଓ୍ବାକର ଟୁର୍ନାମେଣ୍ଟର ପ୍ରଥମ ୪୮ଟି ମ୍ୟାଚ୍ରେ ଟିଭ ଅମ୍ପାୟର ଦାୟିତ୍ୱରେ ରହିବେ। ନକ୍ ଆଉଟ ପର୍ଯ୍ୟାୟ ସ୍ପଷ୍ଟ ହେଲେ ଏହି ପର୍ଯ୍ୟାୟର ମ୍ୟାଚ୍ଗୁଡିକ ପାଇଁ ଅମ୍ବାୟର ଓ ମ୍ୟାଚ୍ ରେଫରିଙ୍କୁ ନିଯୁକ୍ତି କରାଯିବ ବୋଲି ଆଇସିସି ସିନିୟର ମ୍ୟାନେଜର (ଅମ୍ପାୟର୍ସ ଆଣ୍ଡ ରେଫରିଜ) ଆଡ୍ରିଆନ ଗ୍ରିଫ୍ଥ କହିଛନ୍ତି।
ଅଫିସିଆଲ ତାଲିକା:
ଅମ୍ପାୟର- ରୋଲାଣ୍ଡ ବ୍ଲାକ୍, ଅହମ୍ମଦ ଶାହ ପାକଟିନ, ସାମ ନୋଗାଜସ୍କି, ଶାରଫୁଦୌଲା ଆଇବନେ ଶାହିଦ, ଇଆନ ଗୋଲ୍ଡ, ଓ୍ବେନ ନାଇଟ୍ସ, ରସିଦ ରିୟାଜ ଓ୍ବାକର, ଅନୀଲ ଚୌଧୁରୀ, ପାଟ୍ରିକ ବୋଙ୍ଗାନି ଜେଲେ, ଆନୋ ଛବି, ନିଗେଲ ଡୁଗୁଇଡ, ରବୀନ୍ଦ୍ର ଓ୍ବିମାଲସିରି, ମସଦୁର ରହମାନ ମୁକୁଲ, ଆସିଫ ୟାକୁବ, ଲେସଲି ରେଇଫର, ଆଡ୍ରଆନ ହୋଲ୍ଡଷ୍ଟୋକ।
ମ୍ୟାଚ୍ ରେଫରି: ଗ୍ରେମ ଲାବରୁୟ, ଶାହିଦ ଓ୍ବାଡଭାଲ୍ଲା, ଫିଲ୍ ହ୍ବିଟିକେସ୍।