Categories: Home Leftଖେଳ

୧୭୫ କି.ମି. ବେଗରେ ବଲ ପକାଇଲେ ୧୯ ବର୍ଷରୁ କମ୍‌ ବୋଲର

ଜୋହାନ୍ସବର୍ଗ,୨୨।୧- ଶ୍ରୀଲଙ୍କାର ଯୁବ ପେସର ମାଥିଶ ପାଥିରାନା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୧୯ ବର୍ଷରୁ କମ୍‌ ଶ୍ରୀଲଙ୍କା ଦଳର ସଦସ୍ୟ ମାଥିଶ ଭାରତ ବିପକ୍ଷ ମ୍ୟାଚ୍‌ରେ ଘଣ୍ଟା ପ୍ରତି ୧୭୫ କି.ମି. ବେଗରେ ଏକ ବଲ ପକାଇଥିଲେ। ମାତ୍ର ତାଙ୍କର ଏହି ବଲ ଓ୍ବାଇଡ୍‌ ଥିଲା। କିଛି ସମୟରେ ଜଣାପଡ଼ିଥିଲା ଯେ, ବଲର ବେଗ ୧୭୫ କି.ମି. ଥିଲା। କିନ୍ତୁ ବଲର ଗତି ମାପୁଥିବା ଯନ୍ତ୍ର ଖରାପ ହୋଇଯାଇଥିବା ଜଣାପଡ଼ିଥିଲା। ତାଙ୍କ ବୋଲିଂ ଶୈଳୀ ଶ୍ରୀଲଙ୍କାର ଭେଟେରାନ ପେସର ଲସିଥ ମାଲିଙ୍ଗାଙ୍କ ଭଳି। ଉଲ୍ଲେଖଥାଉ କି, କ୍ରିକେଟ ଇତିହାସର ଦ୍ରୁତତମ ବଲ ପକାଇବାର ରେକର୍ଡ ପାକିସ୍ତାନ ପେସର ଶୋଏବ ଆଖତରଙ୍କ ନାମରେ ରହିଛି। ସେ ୨୦୦୩ ବିଶ୍ୱକପ୍‌ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୬୧.୩ କି.ମି. ବେଗରେ ପକାଇଥିଲେ।