CENTURION, SOUTH AFRICA - DECEMBER 26: England bowler James Anderson celebrates after taking the wicket of Dean Elgar with the first ball of the match during Day One of the First Test match between England and South Africa at SuperSport Park on December 26, 2019 in Pretoria, South Africa. (Photo by Stu Forster/Getty Images)
ସେଞ୍ଚୁରିୟନ, ୨୬।୧୨- ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ଉଇକେଟ୍ ହାସଲ କରିଥିବା ଜେମ୍ସ ଆଣ୍ଡରସନ ଗୁରୁବାର ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଆଣ୍ଡରସନ ଟେଷ୍ଟ କ୍ରିକେଟ୍ରେ ଦେଢ଼ଶହ ମ୍ୟାଚ୍ ଖେଳିବାର କୃତୀତ୍ୱ ଲାଭ କରିଛନ୍ତି। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସ୍ଥାନୀୟ ସୁପର୍ ସ୍ପୋଟର୍ସ ପାର୍କଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଅବସରରେ ୩୭ ବର୍ଷୀୟ ଆଣ୍ଡରସନ ଏହି ସଫଳତା ପାଇଛନ୍ତି। ଦ୍ରୁତ ବୋଲର ଭାବେ ସର୍ବାଧିକ ମ୍ୟାଚ୍ ଖେଳିବା ତାଲିକାରେ ଆଣ୍ଡରସନଙ୍କ ପଛକୁ ଷ୍ଟୁଆର୍ଟ ବ୍ରଡ୍ (୧୩୫), କର୍ଟନୀ ଓ୍ବାଲ୍ସ (୧୩୨) ରହିଛନ୍ତି। ତେବେ ବିଶ୍ୱର ୯ମ କ୍ରିକେଟର୍ ଭାବେ ସେ ୧୫୦ତମ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର (୨୦୦ ଟେଷ୍ଟ) ସର୍ବାଗ୍ରେ ରହିଛନ୍ତି। ତେବେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ଖେଳିବାର ରେକର୍ଡ ଆଲ୍ଷ୍ଟର କୁକ (୧୬୧)ଙ୍କ ନାମରେ ରହିଛି। ଆଣ୍ଡରସନ ମାତ୍ର ୨୦ ବର୍ଷ ବୟସରେ ୨୦୦୩ରେ ଜିମ୍ବାଓ୍ବେ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ଉଇକେଟ୍ (୫୭୫) ନେବାର ରେକର୍ଡ ତାଙ୍କ ନାମରେ ରହିଛି।