୧୫ବର୍ଷ ପୁରୁଣା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅବଦୁଲା ଆଜାମ ଖାନ

ଲକ୍ଷ୍ନୋ, ୨୦।୪: ସମାଜବାଦୀ ପାର୍ଟିର ନେତା ଅବଦୁଲ୍ଲା ଆଜାମ ଖାନ ତାଙ୍କର ଏକ ମାମଲାର ଶୁଣାଣି ଲାଗି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ତରଫରୁ ଦାଖଲ ହୋଇଥିବା ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। ତେବେ ମାମଲାର ଶୁଣାଣି ଗୁରୁବାର ହେବାକୁ ଯାଉଛି। ସେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। କାରଣ ହାଇକୋର୍ଟ ଅବଦୁଲ୍ଲାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ସୂଚନାଯୋଗ୍ୟ, ଅବଦୁଲ୍ଲା ଉତ୍ତରପ୍ରଦେଶର ରାମପୁର ଜିଲାର ସୁଅର ନିର୍ବାଚନମଣ୍ଡଳୀର ବିଧାୟକ ଅଟନ୍ତି। ୧୫ବର୍ଷ ପୁରୁଣା ମାମଲାରେ ହାଇକୋର୍ଟ ଅବଦୁଲା ଖାନ ଓ ତାଙ୍କ ବାପା ସପାର ମହାସଚିବ ଆଜାମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କୁ ୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରିିବା ସହ ୩ହଜାର ଟଙ୍କା ଜରିମାନା ଓ ତାଙ୍କର ବିଧାୟକ ପଦକୁ ରଦ୍ଧ କରିଥିଲେ।

Share