Categories: ଅନୁଗୋଳ

୧୩ ୟୁନିଟ୍‌ ରକ୍ତ ସଂଗ୍ରହ

ଆଠମଲ୍ଲିକ,୧୨।୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ ୟୁଥ୍‌ ପାୱାର ପକ୍ଷରୁ ରବିବାର ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ରକ୍ତ ଦାନ କରାଯାଇଛି। ଲକ୍‌ ଡାଉନକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସ।ହିତ କରିଥିଲେ। ଡାକ୍ତର ସୁନୀଲ କୁମାର ପଣ୍ଡା ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ସୁଶାନ୍ତ ସାହୁ, ଅରକ୍ଷିତ ମାଝି, ଷ୍ଟାଫ ନର୍ସ ସ୍ନିଗ୍ଧାରାଣୀ ସିଂ ସହଯୋଗ କରିଥିଲେ। ସାମାଜିକ କର୍ମୀ ବିନୟ କୁମାର ପଟ୍ଟନାୟକ, ୟୁଥ୍‌ ପାୱାର କ୍ଲବ ସଭାପତି ସୁନୀଲ କୁମାର ସାହୁ, ଉପସଭାପତି ଦିଲୀପ ଖୁଣ୍ଟିଆ, କୋଷାଧକ୍ଷ ସୌରଭ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।