Categories: Home Leftଖେଳ

୧୦ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଲେ ଫଓ୍ବାଦ ଆଲମ

କରାଚୀ, ୭।୧୨- ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ଟେଷ୍ଟ ସିରିଜ୍‌ ଖେଳାଯିବାକୁ ଯାଉଛି। ଆସନ୍ତା ୧୧ ତାରିଖରେ ରାଓ୍ବଲପିଣ୍ଡଠାରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ଶନିବାର ପାକିସ୍ତାନ ଦଳ ଘୋଷିତ ହୋଇଯାଇଛି। ଦଳରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲମଙ୍କୁ ସାମିଲ କରାଯାଇଛି। ପ୍ରଥମ ଶ୍ରେଣୀ କ୍ରିକେଟରେ ୧୨ ହଜାରରୁ ଅଧିକ ରନ୍‌ କରିଥିବା ଆଲମ ଅନ୍ତିମ ଥର ୨୦୦୯ରେ ଅନ୍ତର୍ଜାତୀୟ ଟେଷ୍ଟ ଖେଳିଥିଲେ। ତାଙ୍କ ନାମରେ ଏକ ଅନ୍ତର୍ଜାତୀୟ ଟେଷ୍ଟ ଶତକ ମଧ୍ୟ ରହିଛି। ଚଳିତ ସିଜନରେ ଘରୋଇ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ଯୋଗୁ ତାଙ୍କୁ ଜାତୀୟ ଦଳରୁ ଡାକରା ଦିଆଯାଇଛି। ତାଙ୍କ ବ୍ୟତୀତ ଉସମାନ ଶିନଓ୍ବାରି, ମୁସା ଖାଁ, ଇଫତିକର ଅହମ୍ମଦଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ମହମ୍ମଦ ମୁସାଙ୍କୁ ବାଦ୍‌ ଦିଆଯାଇଛି। ହେଲେ ସେ ବୋଲିଂ କୋଚ୍‌ ଓ୍ବାକର ୟୁନିସଙ୍କ ସହ କାର୍ଯ୍ୟ କରିବେ। ଉଲ୍ଲେଖାଥାଉ କି, ଅନ୍ତିମ ଥର ୨୦୦୯ରେ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଟେଷ୍ଟ ସିରିଜ୍‌ ପାକିସ୍ତାନ ଗସ୍ତ କରିଥିଲା। ଆତଙ୍କବାଦୀ ଆକ୍ରମଣ ଯୋଗୁ ଉକ୍ତ ସିରିଜ୍‌କୁ ବାତିଲ କରି ଦିଆଯାଇଥିଲା। ସେବେଠାରୁ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଇ ନାହିଁ।