Categories: ବାଣିଜ୍ୟ

୧୦୦ ବିମାନ ସହ ୪ର୍ଥ ସ୍ଥାନରେ ସ୍ପାଇସ୍‌ଜେଟ୍‌

ମୁମ୍ବାଇ,୨୭-୫: ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ରବିବାର ଏକ ବୋଇଂ ୭୩୭ ବିମାନକୁ ସାମିଲ କରିଛି। ଫଳରେ କମ୍ପାନୀ ନିକଟରେ ବିମାନ ସଂଖ୍ୟା ଏବେ ୧୦୦ରେ ପହଞ୍ଚିଲାଣି। ଏତେ ସଂଖ୍ୟକ ବିମାନ ରଖିବାରେ ଏୟାର ଇଣ୍ଡିଆ, ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌, ଇଣ୍ଡିଗୋ ପରେ ସ୍ପାଇସ୍‌ଜେଟ୍‌ ୪ର୍ଥ ଘରୋଇ ବିମାନ କମ୍ପାନୀ ହୋଇଛି। ବର୍ତ୍ତମାନ ୮ ଘରୋଇ ବିମାନ କମ୍ପାନୀ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍‌ଜେଟ୍‌, ଗୋଏୟାର, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌, ଭିସ୍ତାରା, ଏୟାର ଏସିଆ ଓ ଆଲାଏନ୍ସ ନିକଟରେ ମୋଟରେ ୫୯୫ ବିମାନ ରହିଛି। ସ୍ପାଇସ୍‌ଜେଟ୍‌ ପକ୍ଷରୁ ଏକ ବିବୃତି ଜାରି କୁହାଯାଇଛି ଯେ, ଏହା ଗତମାସରେ ୨୩ ବିମାନ ସାମିଲ କରିଥିଲା। ଏ ସମ୍ପର୍କରେ କମ୍ପାନୀର ସିଏମ୍‌ଡି ଅଜୟ ସିଂ କହିଛନ୍ତି ଯେ, ୨୦୧୪ ଡିସେମ୍ବରରେ ବନ୍ଦ ହେବାକୁ ଯାଉଥିବା ସ୍ପାଇସ୍‌ଜେଟ୍‌ରେ ଆଜି ୧୦୦ ବିମାନ ସାମିଲ ହେବ କେହି ଭାବି ନ ଥିଲେ। କମ୍ପାନୀ ନିକଟରେ ଏବେ ୬୮ ବୋଇଂ ୭୩୭, ୩୦ ବମ୍‌ଓ୍ବାର୍ଡିୟର କ୍ୟୁ-୪୦୦ ଓ ୨ଟି ବି୭୩୭ ଫ୍ରାଇଟର ବିମାନ ରହିଛି। ଏବେ ହାରାହାରି ୬୨ ସ୍ଥାନକୁ ଦୈନିକ ୫୭୫ ଥର ଉଡ଼ାଣ ଭରାଯାଉଛି।

Share
Tags: Spice Jet