Sri Lanka's cricketer Lasith Malinga celebrates a hat-trick after dismissing New Zealand's cricketer Colin de Grandhomme during the third and final international Twenty20 cricket match between Sri Lanka and New Zealand at the Pallekele International Cricket Stadium in Kandy on September 6, 2019. (Photo by LAKRUWAN WANNIARACHCHI / AFP) (Photo credit should read LAKRUWAN WANNIARACHCHI/AFP/Getty Images)
କାଣ୍ଡି (ଶ୍ରୀଲଙ୍କା), ୭ା୯ (ଏଏଫ୍ପି)- ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ବୋଲର ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୦୦ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କାଣ୍ଡିଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ଗତ ରବିବାର ସେ ଶାହିଦ ଆଫ୍ରିଦିଙ୍କ ୯୭ ଉଇକେଟ ସଫଳତାକୁ ଅତିକ୍ରମ କରି ଟି୨୦େରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଥିଲେ। ମାତ୍ର ଶୁକ୍ରବାର କଲିନ୍ ମୁନ୍ରୋଙ୍କୁ ବୋଲ୍ଡ କରି ସେ ଉଇକେଟ ହାସଲରେ ଶତକ ପୂରଣ କରିଛନ୍ତି। ଏହାଥିଲା ତାଙ୍କର ୭୬ତମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ। ୩୬ ବର୍ଷୀୟ ସ୍ପିଡ୍ଷ୍ଟର ୪ଟି ବଲ୍ରେ ୪ ଉଇକେଟ ଅକ୍ତିଆର କରିବା ସହ ଏକ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ସେ ପ୍ରଥମେ କ୍ରମାଗତ ହାମିଶ ରଥରଫୋର୍ଡ, କଲିନ ଡି’ ଗ୍ରାଣ୍ଡହୋମ୍ ଏବଂ ରସ୍ ଟେଲରଙ୍କୁ ଏବଂ ପରେ ମୁନ୍ରୋଙ୍କୁ ଆଉଟ୍ କରି ପ୍ୟାଭିଲିୟନ ପଠାଇ ଦେଇଥିଲେ।