୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶମିକଙ୍କ ଖାତାରେ ହଜାରେ ଲେଖାଏ ଜମା କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଉତ୍ତରପ୍ରଦେଶ ସରକାର ଶନିବାର ୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ହଜାରେ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦ଲକ୍ଷ ୪୮ହଜାର ୧୬୬ ଲାଭାର୍ଥିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରିଥିବା ଜଣାପଡ଼ିଛି। ଏହି ଯୋଜନାରେ ପ୍ରାୟ ୧୦୪କୋଟି ୮୨ ଲକ୍ଷ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର କରାଯାଇଛି। ଏତଦ୍‌ ବ୍ୟତୀତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗୀ ପ୍ରବାସୀ ଶ୍ରମିକଙ୍କ ସହ କଥା ବାର୍ତ୍ତା କରିଥିଲେ। ଏହି ସମୟରେ ଯୋଗୀ ଶ୍ରମିକଙ୍କୁ ଆଶ୍ୱସ୍ତିକର ପ୍ରଦାନ କରି କହିଛନ୍ତି, କ୍ୱାରାଣ୍ଟାଇନ୍‌ ଶେଷ ହେବା ପରେ ରାଜ୍ୟରେ ସେମାନଙ୍କୁ କାର୍ଯ୍ୟପନ୍ଥା ମଧ୍ୟ ଯୋଗାଇ ଦିଆଯିବ। ଏହି ଅବସରରେ ରାଜ୍ୟ ଶ୍ରମ ଓ ରୋଜଗାର ମନ୍ତ୍ରୀ ସ୍ବାମୀ ପ୍ରସାଦ ମୋର୍ଯ୍ୟ ଏବଂ ରାଜସ୍ବ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କଶ୍ୟପ ଉପସ୍ଥିତ ଥିଲେ।