An ambulance leaves the Georges Pompidou hospital where former Formula One world champion Michael Schumacher was admitted, in Paris, France, September 11, 2019. REUTERS/Charles Platiau
ପ୍ୟାରିସ,୨୫।୧: ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ ଏବେ ୟୁରୋପ ପହଞ୍ଚିଯାଇଥିବା ଜଣାପଡିଛି। ଶୁକ୍ରବାର ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏବେ ୨ଜଣ କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଚାଇନାରୁ ଫେରିଥିବା ଜଣାପଡିଛି। ଏଥି ମଧ୍ୟରୁ ଜଣେ ଫ୍ରାନ୍ସର ସହର ପ୍ୟାରିସର ହୋଇଥିବା ବେଳେ ଅନ୍ୟଜଣେ ବୋର୍ଡିଅକ୍ସର। ଏମାନଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି। ସୂଚନାଯୋଗ୍ୟ, ଚାଇନାରେ ଦ୍ରୁତ ଗତିରେ ବ୍ୟାପି ଚାଲିଥିବା କରୋନାଭାଇରସରେ ଶନିବାର ସକାଳ ସୁସ୍ଥା ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୨୮୦ରୁ ଊର୍ଦ୍ଧ୍ୱଙ୍କ ନିକଟରେ ପଜିଟିଭ ଥିବା ଚିହ୍ନଟ କରାଯାଇଛି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।