ୟୁରୋପୀୟ ସଂସଦରେ ସିଏଏକୁ ବିରୋଧ ପ୍ରସ୍ତାବ

ନୂଆଦିଲ୍ଲୀ/ବ୍ରୁସେଲସ୍ସ,୨୭।୧: ୟୁରୋପୀୟ ସଂସଦରେ ସୋସିଆଲିଷ୍ଟ ଓ ଡେମୋକ୍ରାଟସ୍‌ ଗ୍ରୁପ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ‘ଭେଦଭାବପୁର୍ଣ୍ଣ’ ଓ ‘ମାରାତ୍ମକ ରୂପରେ ବିଭାଜନକାରୀ’ ଦର୍ଶାଇ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ବିଶ୍ୱର ସବୁଠାରୁ ବଡ ନାଗରିକତା ବିହୀନ ସଙ୍କଟ ଉତ୍ପନ କରିବାର କ୍ଷମତା ଅଛି ବୋଲି କୁହାଯାଇଛି। ଚଳିତ ସପ୍ତାହରେ ୨୪ ଦେଶର ୟୁରୋପୀ ସଂସଦର ୧୫୪ ସଦସ୍ୟ ବିଶିଷ୍ଟ ଏସ୍‌ ଆଣ୍ଡ ଡି ସମୂହର ସଦସ୍ୟଙ୍କ ଦ୍ୱାରା ଉଠାଯାଇଥିବା ପ୍ରସ୍ତାବ ଆସନ୍ତା ସପ୍ତାହରେ ପୂରଣ କରାଯିବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଭାରତରେ କିଛିଦିନ ହେବ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବା ବେଳେ ଏହାକୁ ନେଇ ଏପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆଉ ଏହାର ପ୍ରଭାବ ଏବେ ୟୁରୋପ ସଂସଦରେ ପହଞ୍ଚି ସାରିଛି। ଏହାକୁ ନେଇ ୟୁରୋପୀୟ ସଂସଦରେ ମତଦାନ ହେବାକୁ ଥିବା ବେଳେ ଭାରତ ଏହାର ବିରୋଧ କରିଥିବା ଜଣାପଡିଛି। ଭାରତ କହିଛି ସିଏଏ ଭାରତର ଆନ୍ତରିକ ମାମଲା ଏଥିରେ ୟୁରୋପୀୟ ସଂସଦ ହସ୍ତକ୍ଷେପ କରିବା ଅନୁଚିତ।