Palembang: Indian tennis player Ankita Raina plays against Pakistan's Sarah M Khan and Mehaq Khokhar in the women's doubles match at the 18th Asian Games at Palembang in Indonesia on Monday, Aug 20, 2018. (PTI Photo/Vijay Verma) (PTI8_20_2018_000185A)
ନ୍ୟୁୟର୍କ, ୨୦ା୮ (ପି.ଟି.)- ଭାରତର ଅଙ୍କିତା ରାଇନା ୟୁଏସ ଓପନ ଟେନିସ କ୍ୱାଲିଫାଇଙ୍ଗ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ପୁରୁଷ ସିଙ୍ଗଲ୍ସରେ ରାମକୁମାର ରମାନାଥନ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ୧୯୪ ର଼୍ୟାଙ୍କିଙ୍ଗପ୍ରାପ୍ତ ଅଙ୍କିତା ତାଙ୍କଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟସାଲିନ୍ ବୋନାଭେଞ୍ଚରଙ୍କୁ ୬-୧, ୧-୬, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ବେଲଜିୟମର ଏହି ଖେଳାଳିଙ୍କ ବିରୋଧରେ ଏହାଥିଲା ତାଙ୍କର ଏହା ଦ୍ୱିତୀୟ ବିଜୟ। ଅଙ୍କିତା ପୂର୍ବରୁ ୨୦୧୪ରେ ନିଜ ଦେଶରେ ୧୧୧ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ବୋନାଭେଞ୍ଚରଙ୍କୁ ହରାଇ ଦେଇଥିଲେ। ଏଠାରେ ଦ୍ୱିତୀୟ ରାଉଣ୍ଡରେ ସେ ଚେକ୍ ରିପବ୍ଲିକର ଡେନିଆ ଅଲରଟୋଭାଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସରେ ରାମକୁମାର ରମାନାଥନ ଇଟାଲୀର ଫିଲିପୋ ବାଲ୍ଡିଙ୍କଠାରୁ ୫-୭, ୬-୭(୯)ରେ ପରାସ୍ତ ହୋଇଛନ୍ତି।