ୟୁଏଇରେ ବସ୍‌ ଦୁର୍ଘଟଣା: ୮ ଭାରତୀୟଙ୍କ ସମେତ ୧୭ ମୃତ

ଦୁବାଇ, ୭।୬: ୟୁଏଇରେ ଭୟାନକ ବସ୍‌ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଛନ୍ତି ବୋଲି ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଇଦ୍‌ ଉତ୍ସବ ପାଳନ ସାରି ମଓ୍ବାସଲଟ ନାମକ ଏକ ବସ୍‌ ଓମାନରୁ ଦୁବାଇ ଯାଉଥିବାବେଳେ ଜାୟଦ ରୋଡରେ ଥିବା ଏକ ସାଇନବୋର୍ଡକୁ ବସଟି ଧକ୍କା ଦେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ରେ ମୋଟ ୩୧ ଜଣ ଯାତ୍ରୀ ଥିଲେ।