Categories: Home Leftଖେଳ

ହ୍ବାଟସଆପ ଗ୍ରୁପ୍‌ରେ ଜୋକୋଭିଚ୍‌, ନାଡାଲ, ଫେଡରର

ପ୍ୟାରିସ,୨୪ା୨- ବର୍ତ୍ତମାନ ଟେନିସ କ୍ରୀଡ଼ାର ଶ୍ରେଷ୍ଠ ୩ ଖେଳାଳି ରୋଜର ଫେଡରର, ରାଫାଲ ନାଡାଲ ଓ ନୋଭାକ ଜୋକୋଭିଚ୍‌ କୋର୍ଟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରନ୍ତି। କିନ୍ତୁ କୋର୍ଟ ବାହାରେ ଭଲ ବନ୍ଧୁ। ତିନି ଜଣଙ୍କ ଏକ ହ୍ବାଟସଆପ ଗ୍ରୁପ ମଧ୍ୟ ରହିଛି ବୋଲି ସର୍ବିଆର ଜୋକୋଭିଚ୍‌ ସ୍ପଷ୍ଟ କରିଛନ୍ତି। କିନ୍ତୁ ଗ୍ରୁପର ନାମ ପ୍ରକାଶ କରିନାହାନ୍ତି। ଆମେ ଆକ୍ଟିଭ ଥିଲାବେଳେ ସମସ୍ତେ ଚାଟ କରନ୍ତି। ଆମେ ଯାହା ବି କରୁ ବ୍ୟକ୍ତିଗତ କିମ୍ବା ପେଶାଦାର ଭାବେ ପ୍ରତ୍ୟେକଙ୍କ ପାଇଁ ଆମର ସମ୍ମାନ ରହିଛି ଜୋକୋଭିଚ୍‌ କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ ଅବସର ନେଲା ପରେ ମଧ୍ୟ ଭଲ ବନ୍ଧୁ ହୋଇ ରହିବୁ। ନିକଟରେ ନାଡାଲ ଦକ୍ଷିଣ ଆଫ୍ରିକାରେ ଫେଡରରଙ୍କ ପାଉଣ୍ଡେଶନ ଦ୍ୱାରା ଆୟୋଜିତ ମ୍ୟାଚ୍‌ ଫର ଆଫ୍ରିକାରେ ଅଂଶଗ୍ରହଣ କରିଥିଲେ। ଫେଡରର ସ୍ପେନରେ ରାଫା ନାଡାଲ ଏକାଡେମୀକୁ ପ୍ରମୋଟ କରିଥିଲେ। ସେହିଭଳି ନୋଭାକ ଗତବର୍ଷ ଅକ୍ଟୋବରରେ କାଜାଖସ୍ତାନ ଗସ୍ତ କରି ରାଫାଲଙ୍କ ଫାଉଣ୍ଡେଶନ ପାଇଁ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିଥିଲେ। ସ୍ପାନିଶ ଖେଳାଳି ନୋଭାକ ଫାଉଣ୍ଡେଶନ ଲାଗି ମିଲନଠାରେ ଖେଳିଥିଲେ।