FRANCE - APRIL 16: French president Jacques Chirac receives the president of Egypt, Hosny Mubarak, at Elysee Palace - Egyptian president Hosny Mubarak in Paris, France on April 16th, 2003. (Photo by Thomas SAMSON/Gamma-Rapho via Getty Images)
କାଇରୋ, ୨୬ା୨(ପି.ଟି.): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସ୍ନି ମୁବାରକ୍ଙ୍କ ମଙ୍ଗଳବାର କାଇରୋ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୩୦ ବର୍ଷ ଶାସନ କରିବା ସହ ମଧ୍ୟପ୍ରାଚ୍ୟରେ ସେ ନିଜକୁ ଜଣେ ଦକ୍ଷ ଏକଛତ୍ରବାଦୀ ଶାସକ ଭାବେ ପ୍ରତିପାଦନ କରିବାରେ ସମର୍ଥ ହୋଇଥିଲେ। ୨୦୧୧ରେ ବିଦ୍ରୋହ ମୁଣ୍ଡ ଟେକିବା ସହ ଗଣତନ୍ତ୍ର ସପକ୍ଷବାଦୀମାନେ ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ୧୮ ଦିନର ଦେଶବ୍ୟାପୀ ଆନ୍ଦୋଳନ ପରେ ସେନା ପକ୍ଷରୁ ତାଙ୍କୁ ଗାଦିଚ୍ୟୁତ କରାଯାଇଥିଲା। ୨୦୧୨ ଜୁନ୍ରେ ମୁବାରକ୍ ଓ ତାଙ୍କ ପୂର୍ବତନ ସୁରକ୍ଷା ମୁଖ୍ୟଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ଆଜୀବନ କାରା ଦଣ୍ଡାଦେଶ ଦିଆଯାଇଥିଲା। ୧୮ ଦିନର ବିକ୍ଷୋଭ ସମୟରେ ୯୦୦ ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ଅଭିଯୋଗ ତାଙ୍କ ବିରୋଧରେ ଲଗାଯାଇଥିଲା। ମୁବାରକ୍ ୬ ବର୍ଷ ଜେଲରେ କଟାଇବା ପରେ ୨୦୧୭ରେ ମୁକୁଳିଥିଲେ। ନିଜ ଶାସନକାଳ ମଧ୍ୟରେ ମୁବାରକ୍ ଇସ୍ଲାମିକ୍ ଆତଙ୍କବାଦଠାରୁ ଦେଶକୁ ଦୂରେଇ ରଖିବାରେ ସମର୍ଥ ହୋଇଥିଲେ।