Sad man sitting head in hands sitting in the dark with low light environment.
ଦମତାରି,୩୧।୩: କରୋନା ଭାଇରସ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ଛତିଶଗଡ଼ ଦମତାରି ତାଗାପାଣି ଅଞ୍ଚଳର ଜରେ ୩୫ ବର୍ଷୀୟ ଯୁବକ ହୋମ୍ ଆଇସୋଲେଶନରେ ରହି ଆତ୍ମହତ୍ୟା କରିଥିବା ଜଣାପଡିଛି। ନିକଟରେ ସେ ତାମିଲନାଡୁରୁ ଫେରିଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ହୋମ୍ ଆଇସୋଲେଶନରେ ରଖିଥିଲା। ହେଲେ ତାଙ୍କ ନିକଟରେ କୌଣସି କରୋନା ଲକ୍ଷଣ ଦେଖାଯାଇ ନ ଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ଏଏସ୍ପି ମନିଶା ଠାକୁର କହିଛନ୍ତି ଯୁବକଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିଲା। ତେବେ ଆତ୍ମହତ୍ୟାର କାରଣ ଜଣାପଡି ନ ଥିବା ବେଳେ ଗତବର୍ଷ ଯୁବକ ଜଣକ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ହରାଇ ସବୁବେଳେ ଡିପ୍ରେଶନରେ ରହୁଥିବା କହିଛନ୍ତି ଏଏସ୍ପି। ଘଟଣାର ଯାଞ୍ଚ ପରେ ସତ୍ୟତା ଜଣାପଡିବ ବୋଲି ସେ କହିଛନ୍ତି।