ହେଲମେଟ ପିନ୍ଧି ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିଲା ପୋଲିସ

କେନ୍ଦୁଝର,୧୬।୧(ସ୍ବ.ପ୍ର.): ସଡ଼କ ସୁରକ୍ଷା ସପ୍ତାହ ଅବସରରେ କେନ୍ଦୁଝର ପୋଲିସ ପକ୍ଷରୁ ସଚେତନତା ବାଇକ ରାଲି କେନ୍ଦୁଝର ସହରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଏସପି ପି.କେ. ପରିଡ଼ା ଏହାକୁ ପତାକା ଦେଖାଇ ସର୍କିଟ ହାଉସ ଛକରେ ଶୁଭାରମ୍ଭ କରିଥିଲେ। ପୋଲିସ କର୍ମଚାରୀମାନେ ହେଲମେଟ ପିନ୍ଧି ଏବଂ ସଚେତନତା ର ବାର୍ତା ବାଣ୍ଟି ସହର ପରିକ୍ରମା କରିଥିଲେ। ସେହିପରି ବିଭିନ୍ନ ଟ୍ରାଫିକ ପୋଷ୍ଟରେ ପୋଲିସ ଓ ସ୍ବେଚ୍ଛାସେବୀମାନେ ହେଲମେଟ ପିନ୍ଧି ଗାଡି ଚଳାଉଥିବା ଲୋକଙ୍କୁ ଫୁଲ ଦେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କୁ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ନିବେଦନ କରିଥିଲେ। ଏହି ଅବସରରେ ଏକ ସଚେତନତା ରଥକୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉଦଘାଟନ କରାଯାଇଥିଲା। ଏହି ରଥ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବ।

Share
Tags: kendujhar'