Group of business people working at office
ପ୍ରାୟ ସମସ୍ତଙ୍କୁ ଏହା ପସନ୍ଦ ହୋଇଥାଏ ଯେ ତାଙ୍କୁ କିଏ ପସନ୍ଦ କରୁ, ତାରିଫ କରୁ। ସେ ଘର ହେଉ ଅବା ଅଫିସ। ସମସ୍ତଙ୍କ ମୁହଁରେ ତାଙ୍କରି ନାଁ ରହୁ। ତେବେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ତାରିଫ ନ କରିବା ବଦଳରେ ଅଧିକ ଚିଡିଚିଡା ହୋଇଥାନ୍ତି। ତେବେ ଏପରି କିଛି ଟିପ୍ସ ଆପଣାନ୍ତୁ, ଯେଉଁଥିରେ ଆପଣଙ୍କୁ ସମସ୍ତେ ପସନ୍ଦ କରିବେ।
– ଯାହାକୁ ବି ଭେଟ, ଯେ କୌଣସି ବିଷୟରେ କଥାହୁଅ, ତାଙ୍କୁ କେବଳ ନିଜ କଥା କୁହନି, ତାଙ୍କ କଥା ମଧ୍ୟ ଶୁଣନ୍ତୁ। କାରଣ ଏପରି କରିବା ଫଳରେ ଆପଣ କିଛି ଗୋଟେ ବିଚାର କରିପାରିବେ, ଠିକ୍ ଭୁଲ ଜାଣିପାରିବେ।
– କେତେକ କଥାକୁ ନେଇ ମହିଳାମାନେ ଆଲୋଚନା କରିଥା’ନ୍ତି। ଯଦି ଆପଣଙ୍କୁ ସେ ସମ୍ପର୍କିତ କଥା ଉପରେ କିଛି ମତ ଦେବାକୁ କୁହାଯାଏ, ତେବେ ସକାରାତ୍ମକ ମତ ଦିଅନ୍ତୁ।
– ବ୍ୟସ୍ତବହୁଳ ଜୀବନରେ ଯଦି କିଏ କିଛି ମନର କଥା କହିବାକୁ ଚେଷ୍ଟା କରୁଛନ୍ତି, ଧ୍ୟାନ ସହକାରେ ଶୁଣନ୍ତୁ। ଏଥିରେ ଆପଣ ଲୋକଙ୍କର ପ୍ରିୟ ହୋଇପାରିବେ।