ହିମାଚଳ ପ୍ରଦେଶ ବସ୍‌ ଦୁର୍ଘଟଣା: ୪୦ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଶିମଲା, ୨୧।୬:ହିମାଚଳ ପ୍ରଦେଶର କୁଲ୍ଲୁ ଜିଲାରେ ଏକ ଘରୋଇ ବସ୍‌ ୫୦୦ ଫୁଟ ତଳକୁ ଖସିପଡ଼ିଛି। ଏପର୍ଯ୍ୟନ୍ତ ୪୦ଜଣଙ୍କ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୩୫ ଜଣ ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ବସ୍‌ରେ ପାଖାପାଖି ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସୂଚନାଯୋଗ୍ୟ, ବଞ୍ଜାରା ସହରରୁ ଗଡ଼ଗୁସାନି ଅଞ୍ଚଳକୁ ଯାଉଥିବା ଏହି ବସ୍‌ଟି ପାର୍ବତ୍ୟାଞ୍ଚଳରେ ଭାରସାମ୍ୟ ହରାଇ ଏକ ଖାତରେ ଖସି ପଡ଼ିଥିଲା। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।