New Delhi: Senior Congress leader Ashok Gehlot addresses a press conference in New Delhi on Wednesday. (PTI Photo /Kamal Singh)(PTI5_23_2018_000052B)
ଜୟପୁର,୧୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ କିନ୍ତୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ ଏମାନଙ୍କୁ ରାଜସ୍ଥାନର କଂଗ୍ରେସ ସରକାର ରିହାତି ଦରରେ ଜମି ମଧ୍ୟ ଯୋଗାଇ ଦେଇଛନ୍ତି। ପାକିସ୍ତାନରୁ ଆସିଥିବା ପ୍ରାୟ ଶହେ ହିନ୍ଦୁ ପରିବାରଙ୍କୁ ୫୦ ପ୍ରତିଶତ ରିହାତି ଦରର ଗେହଲଟ ସରକାର ଜମି ଯୋଗାଇ ଦେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା) ହିନ୍ଦୁ ଶରଣାର୍ଥୀଙ୍କ ମଧ୍ୟରେ କଂଗ୍ରେସକୁ ଯେଭଳି ଭାବେ ଖଳନାୟକ ବୋଲି ପରିଚୟ ଦେଉଛି, ଏହାକୁ ନଜରରେ ରଖି ରାଜସ୍ଥାନରେ ଗେହଲଟ ସରକାର ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀଙ୍କୁ ନିଜର କରିବା କାମ ଆରମ୍ଭ କରି ଦେଇଛି।