Berlin, Germany - November 04: Antonio Guterres, High Commissioner for Refugees of UNHCR, attends a press conference in german foreign office on November 04, 2015 in Berlin, Germany. (Photo by Michael Gottschalk/Photothek via Getty Images)
ଜାତିସଂଘ,୧୯।୧୨(ପି.ଟି): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଭାରତରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାରୁ ଜାତିସଂଘ ଉଦ୍ବେଗ ପ୍ରକାଶ କରିଛି। ଏହାକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଚିନ୍ତା ପ୍ରକଟ କରିବା ସହ ମତାମତ ଦେବାର ଅଧିକାରକୁ ସମ୍ମାନ ଜଣାଇବା ଲାଗି ଆହ୍ବାନ ଦେଇଛନ୍ତି। ସିଏଏ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ୨୦୧୪ ଡିସେମ୍ବର ପୂର୍ବରୁ ଭାରତରେ ଆସି ରହିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ଏହାକୁ ଦେଶର ବିଭିନ୍ନ ଭାଗରେ ଜୋରଦାର ବିରୋଧ କରାଯାଉଛି। ଏଭଳି ଆଇନ ଅସାମ୍ବିଧାନିକ ଓ ପକ୍ଷପାତମୂଳକ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରୁଛନ୍ତି। ଆନ୍ଦୋଳନକୁ ଦମନ କରିବା ଲାଗି ପୋଲିସର ବଳପ୍ରୟୋଗ ଅଭିଯୋଗ ହୋଇଛି। ସଂଯମତା ଅବଲମ୍ବନ କରିବା ସହ ଅଭିବ୍ୟକ୍ତି ଓ ମତାମତ ପ୍ରଦାନର ଅଧିକାରକୁ ସମ୍ମାନ ଜଣାଇବା ଲାଗି ଆମେ ଆହ୍ବାନ ଦେଉଛୁ ବୋଲି ଗୁଟେରେସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ ଗଣମାଧ୍ୟମକୁ କହିଛନ୍ତି। ପୂର୍ବରୁ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର ମଧ୍ୟ ସିଏଏରେ ପକ୍ଷପାତମୂଳକ ନୀତିକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ।