Sri Lankan pacer Nuwan Pradeep, center, celebrate with teammate after the taking the wicket of Pakistani batsman Umar Akmal during 1st Twenty20 match at Gaddafi stadium in Lahore, Pakistan, Saturday, Oct. 5, 2019. (AP Photo/K.M. Chaudary)
ଲାହୋର, ୬।୧୦- ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଭ୍ରମଣକାରୀ ଶ୍ରୀଲଙ୍କା ୬୪ ରନରେ ବିଜୟୀ ହୋଇଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୧୭.୪ ଓଭରରେ ୧୦୧ ରନ କରି ଆଉଟ ହୋଇ ପରାସ୍ତ ହୋଇଥିଲା। ବାବର ଆଜମ ୧୩, ଅଧିନାୟକ ସର୍ଫରାଜ ଅହମ୍ମଦ ୨୪ ଓ ଇଫତିକାର ଅହମ୍ମଦ ୨୫ ରନ କରି ଆଉଟ ହୋଇଥିବା ବେଳେ ବାକି ୮ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ନୂଆନ ପ୍ରଦୀପ ଓ ଇସୁରୁ ଉଡାନା ୩ଟି ଲେଖାଏ, ଓ୍ବାନିଣ୍ଡୁ ହାସରଙ୍ଗା ୨ ଓ କସୁନ ରଜିଥା ଗୋଟିଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଓପନର ଦନୁଷ୍କା ଗୁରତିଲକା ୫୭, ଅଭିଷ୍କା ଫର୍ନାଣ୍ଡୋ ୩୩, ଭାନୁକା ରାଜପାକ୍ସା ୩୨, ଅଧିନାୟକ ଦସୁନ ସନକା ୧୭ ରନ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ମହମ୍ମଦ ହାସନେନ ହ୍ୟାଟ୍ରିକ ଅର୍ଜନ କରି ୩ ଓ ଶଦାବ ଖାଁ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପାକିସ୍ତାନ ଦ୍ରୁତ ବୋଲର ହାସନେନ ୧୬ତମ ଓଭରର ଶେଷ ବଲ୍ରେ ରାଜପାସ୍କଙ୍କୁ ଓ ୧୮ତମ ଓଭରର ପ୍ରଥମ ଦୁଇଟି ବଲ୍ରେ ଶନକା ଓ ଶେହାନ ଜୟସୁରିୟାଙ୍କୁ ଆଉଟ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଟି୨୦ ଇତିହାସରେ ଏହା ନବମ ହ୍ୟାଟ୍ରିକ ସାବ୍ୟସ୍ତ ହୋଇଛି। ଲସିଥ ମାଲିଙ୍ଗା ପୂର୍ବରୁ ୨ଥର ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ପୂର୍ବରୁ ପାକିସ୍ତାନ ତରଫରୁ ଫାହିମ ଅଶ୍ରଫ ଦୁଇବର୍ଷ ତଳେ ଶ୍ରୀଲଙ୍କା ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।