Paris: Amanda Anisimova of the U.S. celebrates winning her quarterfinal match of the French Open tennis tournament against Romania's Simona Halep in two sets, 6-2, 6-4, at the Roland Garros stadium in Paris, Thursday, June 6, 2019. AP/PTI(AP6_6_2019_000085B)
ପ୍ୟାରିସ, ୬ା୬- ଗତଥରର ଚାମ୍ପିୟନ ରୋମାନିଆର ସିମୋନା ହାଲେପ୍ଙ୍କୁ ପରାସ୍ତ କରି ଆମେରିକାର ସ୍ବଳ୍ପ ବୟସ୍କା ଆମାଣ୍ଡା ଆନିସିମୋଭା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲରେ ଏହି ୧୭ ବର୍ଷୀୟା ଅଣସିଡ୍ ଖେଳାଳି ତୃତୀୟ ସିଡ୍ ହାଲେପ୍ଙ୍କୁ ୬-୨, ୬-୪ ସେଟ୍ରେ ପରାସ୍ତ କରିଛନ୍ତି। ଆନିସିମୋଭା ଏହି ବର୍ଷ ପୂର୍ବରୁ ରୋଲାଣ୍ଡ ଗ୍ୟାରୋସରେ ଗୋଟିଏ ହେଲେ ମ୍ୟାଚ ଜିତପାରି ନ ଥିଲେ। ସେ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୫୧ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଆନିସିମୋଭା ବର୍ତ୍ତମାନ ୮ମ ସିଡ୍ ଅଷ୍ଟ୍ରେଲିଆର ଆସ୍ଲେ ବାର୍ଟିଙ୍କୁ ଭେଟିବେ। ବାର୍ଟି ଆମେରିକାର ମାଡିସନ କିଜ୍ଙ୍କୁ ୬-୩, ୭-୫ ସେଟ୍ରେ ପରାସ୍ତ କରିଛନ୍ତି। ପ୍ୟାରିସରେ ଏକମାତ୍ର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ହାଲେପ୍ ଏହି ଟୁର୍ନାମେଣ୍ଟରେ ୨୦୧୭ ଓ ୨୦୧୪ରେ ରନର୍ସ ଅପ୍ ହୋଇଥିଲେ। ତାଙ୍କ ପରାଜୟ ଅର୍ଥ ମହିଳା ଡ୍ର’ରେ ଆଉ କୌଣସି ଗ୍ରାଣ୍ଡସ୍ଲାମ ଚମ୍ପିୟନ ରହିଲେ ନାହିଁ।