London: Romania's Simona Halep holds the trophy after defeating United States' Serena Williams during the women's singles final match on day twelve of the Wimbledon Tennis Championships in London, Saturday, July 13, 2019. AP/PTI(AP7_13_2019_000166B)
ଲଣ୍ଡନ, ୧୪ା୭- ରୋମାନିଆର ସିମୋନା ହାଲେପ୍ ପ୍ରଥମଥର ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଛନ୍ତି। ଶନିବାର ସେଣ୍ଟର କୋର୍ଟଠାରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଆମେରିକାର ବିଶିଷ୍ଟ ଖେଳାଳି ସେରେନା ଓ୍ବିଲିୟମ୍ସଙ୍କୁ ୬-୨, ୬-୨ ସିଧାସଳଖ ସେଟ୍ରେ ହରାଇ ଦେଇଛନ୍ତି। ମ୍ୟାଚ୍ଟି ମାତ୍ର ୫୬ ମିନିଟ୍ରେ ଶେଷ ହୋଇଯାଇଥିଲା। ଏହି ବିଜୟ ଦ୍ୱାରା ୨୪ ଗ୍ରାଣ୍ଡସ୍ଲାମ ଟାଇଟଲ ରେକର୍ଡର ସମକକ୍ଷ ହେବା ଲାଗି ସେରେନା ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଅଧୁରା ରହିଯାଇଛି। ବର୍ଷକ ମଧ୍ୟରେ ୩୭ ବର୍ଷୀୟା ଆମେରିକୀୟ ଖେଳାଳିଙ୍କ ତୃତୀୟ ପ୍ରମୁଖ ଫାଇନାଲ ପରାଜୟ। ଅନ୍ୟପକ୍ଷରେ ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ୨୭ ବର୍ଷୀୟା ହାଲେପ୍ଙ୍କର ୨୦୧୮ରେ ଫ୍ରେଞ୍ଚ ଓପନ୍ ପରେ ଏହା ଥିଲା ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ। ଏଠାରେ ଚାମ୍ପିୟନ ହେବାଦ୍ୱାରା ହାଲେପ୍ ଭେନସ ରୋଜଓ୍ବାଟର ଡିସ୍ ସହିତ ୨.୩୫ ନିୟୁତ ପାଉଣ୍ଡ ପୁରସ୍କାର ଲାଭ କରିଛନ୍ତି।