The International Cricket Council (ICC) logo at the ICC headquarters in Dubai, October 31, 2010. REUTERS/Nikhil Monteiro (UNITED ARAB EMIRATES - Tags: SPORT CRICKET)
ବର୍ମିଂହାମ, ୨।୭- ଚଳିତ ଆଇସିସି ବିଶ୍ୱକପ୍ରେ ରବିବାର ଖେଳାଯାଇଥିବା ଏକ ହାଇସ୍କୋରିଂ ମ୍ୟାଚ୍ରେ ଭାରତ ୩୧ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଥିବା ବିରାଟ ବାହିନୀ ଏଥିସହ ବିଶ୍ୱକପ୍ରେ ପ୍ରଥମ ପରାଜୟ ସ୍ବାଦ ଚାଖିଛି। ସେହିଭଳି ଏହି ପରାଜୟ ସହ ଭାରତ ଏକ ଅଲୋଡ଼ା ରେକର୍ଡର ସମକକ୍ଷ ହୋଇଛି। ଏକଦିବସୀୟ କ୍ରିକେଟ୍ରେ ସର୍ବାଧିକ ମ୍ୟାଚ୍ ହାରିବାରେ ଶ୍ରୀଲଙ୍କା ସହ ଯୁଗ୍ମଭାବେ ତାଲିକାର ଶୀର୍ଷରେ ରହିଛି ଭାରତ। ଭାରତ ବର୍ତ୍ତମାନ ସୁଦ୍ଧା ୯୭୨ ଦିନିକିଆ ମ୍ୟାଚ୍ ଖେଳି ୫୧୫ ବିଜୟ ଲାଭ କରିଥିବାବେଳେ ୪୧୮ ମ୍ୟାଚ୍ରେ ପରାଜୟ ବରଣ କରିଛି। ୪୦ ମ୍ୟାଚ୍ର ଫଳାଫଳ ବାହାରି ପାରି ନ ଥିବାବେଳେ ୭ ମ୍ୟାଚ୍ ଟାଇରେ ଶେଷ ହୋଇଛି। ଭାରତର ବିଜୟ ପ୍ରତିଶତ ୫୪.୬୬ ରହିଛି, ଯାହାକି ବିଶ୍ୱର ୩ୟ ଶ୍ରେଷ୍ଠ ପ୍ରଦର୍ଶନ। ଅପରପକ୍ଷରେ ସୋମବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍କୁ ମିଶାଇ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ମୋଟ୍ ୮୪୩ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ୩୮୩ ମ୍ୟାଚ୍ରେ ବିଜୟ ଲାଭ କରିଥିବାବେଳେ ୪୧୮ ପରାଜୟବରଣ କରିଛି। ୫ ମ୍ୟାଚ୍ ଟାଇ ରହିଛି। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍ରେ ମଙ୍ଗଳବାର ବାଂଲାଦେଶକୁ ଭେଟିବ। ଯଦି ଏହି ମ୍ୟାଚ୍ରେ ଦଳ ପରାସ୍ତ ହୁଏ ତେବେ ବିଶ୍ୱରେ ସର୍ବାଧିକ ଦିନିକିଆ ମ୍ୟାଚ୍ ହାରିବାର ଅଲୋଡ଼ା ରେକର୍ଡ ନିଜ ନାମରେ ବହନ କରିବ।