New Zealand's paceman Tim Southee (L) celebrates his wicket of England's batsman Dom Sibley on day two of the second cricket Test match between England and New Zealand at Seddon Park in Hamilton on November 30, 2019. (Photo by DAVID GRAY / AFP) (Photo by DAVID GRAY/AFP via Getty Images)
ହାମିଲଟନ, ୩୦।୧୧(ଏଏଫପି): ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୬୫ ରନରେ ବିଜୟ ହାସଲ କରିବା ପରେ ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ନ୍ୟୁଜିଲାଣ୍ଡ ଦମ୍ଦାର ପ୍ରଦର୍ଶନ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଓପନର ଟମ୍ ଲଥାମଙ୍କ ଶତକ, ରସ ଟେଲର ଓ ଡାରିଲ ମିଚେଲଙ୍କ ଅର୍ଦ୍ଧଶତକ ସହାୟତାରେ ୧୨୯.୧ ଓଭରରେ ୩୭୫ ରନର ସମ୍ମାନଜନକ ସ୍କୋର ହାସଲ କରି ଅଲଆଉଟ ହୋଇଛି। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୮ ଓଭରରେ ୨ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହେବା ସହ ୩୯ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୮ ଉଇକେଟ ହାତରେ ରଖି ଏବେ ୩୩୬ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ରୋରି ବନର୍ସ ୨୪ ଓ ଅଧିନାୟକ ଜୋ ରୁଟ୍ ୬ ରନ କରି ଅପରାଜିତ ରହିଛନ୍ତି। ଆଉଟ ହୋଇଥିବା ଦୁଇ ବ୍ୟାଟ୍ସମ୍ୟାନ ହେଲେ ଓପନର ଡୋମ ସିବ୍ଲି ଓ ଜୋ ଡେନ୍ଲି। ସିବ୍ଲି ୪ ରନ କରି ଅଭିଜ୍ଞ ଦ୍ରୁତ ବୋଲର ଟିମ୍ ସୌଦିଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ସେହିପରି ଡେନ୍ଲି ୪ ରନ କରିଥିବା ବେଳେ ମ୍ୟାଟ ହେନରୀଙ୍କ ବଲ୍ରେ ଉଇକେଟକିପର ବିଜେ ଓ୍ବାଟିଲିଂଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଇଂଲଣ୍ଡ ଏବେ ସିରିଜ ବଞ୍ଚାଇବାକୁ ସଂଘର୍ଷ କରୁଛି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୭୩/୩ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ଅଲଆଉଟ୍ ହୋଇଥିଲା। ଓଭରନାଇଟ୍ ବ୍ୟାଟ୍ସମ୍ୟାନ ଲଥାମ ୧୦୧ରୁ ଖେଳ ଆରମ୍ଭ କରି ଆଉ ଅଧିକ ୪ ରନ ସଂଗ୍ରହ କରି ୧୦୫ ରନର ଶତକୀୟ ପାଳି ଖେଳି ଷ୍ଟୁଆର୍ଟ ବ୍ରଡଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ହେନେରୀ ନିକୋଲ୍ସ ୫ ରନରୁ ଖେଳ ଆରମ୍ଭ କରି ୧୬ ରନ କରି ସାମ କୁରାନଙ୍କ ବଲ୍ରେ ଷ୍ଟୁଆର୍ଟ ବ୍ରଡଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବାଟଲିଂ ୫୫ ଓ ମିଚେଲ ୭୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଉଭୟ ବ୍ରଡଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ମିଚେଲ ସାଣ୍ଟନର ୨୩, ସୌଦି ୧୮ ରନ କରି ଆଉଟ ହୋଇଥିବା ବେଳେ ହେନରୀ ୫ ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ରସ୍ ଟେଲର ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ବ୍ରଡ ୪, କ୍ରିସ୍ ଓ୍ବକ୍ସ ୩, କୁରାନ ୨ ଓ ଜୋଫ୍ରା ଆର୍ଚର ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୧୨୯.୧ ଓଭରରେ ୩୭୫ ଅଲଆଉଟ
(ଲଥାମ- ୧୦୫, ମିଚେଲ- ୭୩, ଓ୍ବାଟଲିଂ- ୫୫, ଟେଲର- ୫୩, ବ୍ରଡ- ୪/୭୩, ଓ୍ବକ୍ସ-/୮୩, କୁରାନ- ୨/୬୩ )।
ଇଂଲଣ୍ଡ ପ୍ରଥମ ଇନିଂସ- ୧୮ ଓଭରରେ ୩୯/୨
(ବନର୍ସ- ୨୪*, ରୁଟ୍- ୬*, ସୌଦି- ୧/୨୪, ହେନରୀ- ୧/୧୦) ।