Winner Mercedes' British driver Lewis Hamilton (L) receives his trophy by Prince Albert II of Monaco on the podium after the Monaco Formula 1 Grand Prix at the Monaco street circuit on May 26, 2019 in Monaco. (Photo by YANN COATSALIOU / AFP)
ମୋନାକୋ, ୨୭ା୫-ମର୍ସିଡିଜର ଲୁଇସ୍ ହାମିଲଟନ ମୋନାକୋ ଫର୍ମୁଲା ଓ୍ବାନ ଗ୍ରଁାପ୍ରି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଏହି ଘଟଣାବହୁଳ ରେସ୍ରେ ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଏପରି କି ତାଙ୍କ ସହ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ସେ ଏଡାଇ ଯାଇଥିଲେ। ମଣ୍ଟେ କାର୍ଲୋର ପ୍ରସିଦ୍ଧ ଷ୍ଟ୍ରିଟ୍ରେ ହାମିଲଟନଙ୍କର ଏହା ହେଉଛି ତୃତୀୟ ଏବଂ ଚଳିତ ସିଜନରେ ୪ର୍ଥ ଟାଇଟଲ। ରେସ୍ ଫଳାଫଳରେ ଭର୍ଷ୍ଟାପେନ ଯଦିଓ ଦ୍ୱିତୀୟ ହୋଇଥିଲେ ତଥାପି ୫ସେକେଣ୍ଡ ପେନାଲ୍ଟି ଯୋଗୁ ସେ ଚତୁର୍ଥ ସ୍ଥାନକୁ ଖସି ଥିଲେ। ଯାହାଫଳରେ ଫେରାରିର ସେବାଷ୍ଟିଆନ ଭେଟେଲ ଦ୍ୱିତୀୟ ଏବଂ ମର୍ସିଡିଜର ଭାଲ୍ଟେରୀ ବୋଟାସ ତୃତୀୟ ସ୍ଥାନ ଅଧିକାର କରିନେଇଥିଲେ। ବୋଟାସଙ୍କ ଦୁର୍ଭାଗ୍ୟ ଯୋଗୁ ମର୍ସିଡିଜର କ୍ରମାଗତ ପ୍ରଥମ-ଦ୍ୱିତୀୟ ସ୍ଥାନ ହାସଲ ଧାରାରେ ବ୍ରେକ୍ ଲାଗିଥିଲା। ଚାମ୍ପିୟନଶିପ୍ରେ ହାମିଲଟନ ବର୍ତ୍ତମାନ ତାଙ୍କ ଟିମ୍ମେଟ୍ଙ୍କଠାରୁ ୧୭ ପଏଣ୍ଟ ଆଗରେ ରହିଛନ୍ତି। ରବିବାର ରେସ୍ରେ ଯଥାକ୍ରମେ ୫ରୁ ୧୦ମ ସ୍ଥାନ ଅଧିକାର କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ପଏରେ ଗାସ୍ଲି (ରେଡ୍ବୁଲ୍), କାର୍ଲୋସ ସେଞ୍ଜ୍ ଜୁନିୟର (ମ୍ୟାକଲରେନ), ଡାନିଲ କ୍ୟାତ୍ (ଟୋରୋ ରୋସୋ), ଆଲେକ୍ଜାଣ୍ଡର ଆଲବନ୍ (ଟୋରୋ ରୋସୋ), ଡାନିଏଲ ରିକାର୍ଡୋ(ରେନଲ୍ଟ) ଏବଂ ରୋମେନ୍ ଗ୍ରୋସ୍ଜେଁ (ହାସ୍)।