The dead man's body. Focus on hand
ବେତନଟୀ,୨୭।୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ମେରଦା ଜଙ୍ଗଲ ନିକଟ କୁସୁମପୁର ଗ୍ରାମର ଜଣେ ମହିଳାଙ୍କ ବୁଧବାର ସକାଳେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତା ହେଲେ ସୀତା ମାରେଣ୍ଡି(୫୫)।
ସୂଚନାନୁଯାୟୀ, ଆଜକୁ ୫ ଦିନ ହେବ ଉକ୍ତ ଅଞ୍ଚଳରେ ୪୨ରୁ ଊର୍ଦ୍ଧ୍ୱ ହାତୀପଲ ଧାନ ଫସଲ ଖାଇ ଉପଦ୍ରବ କରୁଥିବା ବେଳେ ବନ ବିଭାଗ ସେମାନଙ୍କ ଉପରେ ନଜର ରଖିଥିଲା। ସକାଳେ ହାତୀ ସୀତାଙ୍କ ଘର ଭାଙ୍ଗୁଥିବା ଦେଖି ସେମାନେ ଘର ଛାଡି ଦୌଡିଥିଲେ। ପରେ ହାତୀଟି ସୀତାଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ତାଙ୍କୁ ବାରିପଦା ପିଆର୍ଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।