The Elephants from Dalma sanctuary from Jhadkhand riched in Jadibali Forest range in Nilgiri, Balasore
ତାଳଚେର,୨୧ା୬(ନି.ପ୍ର.) : ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ସୁଧାକର ମହାନ୍ତି(୭୦) ଗୁରୁବାରଠାରୁ ନିଖୋଜ ଥଇବାବେଳେ ଶୁକ୍ରବାର ସକାଳେ ତାଙ୍କ ମୃତଦେହକୁ ଶୁକ୍ରବାର ଗ୍ରାମବାସୀ ଜଙ୍ଗଲରୁ ଖୋଜି ପାଇଛନ୍ତି। ଗ୍ରାମ ନିକଟ ଜଙ୍ଗଲରେ ତାଙ୍କୁ ହାତୀ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତ। ସେହିପରି ଗୁରୁବାର ଗ୍ରାମର ଦେବରାଜ ସାମଲଙ୍କ ହାତୀ ଆକ୍ରମଣରେ ପ୍ରାଣ ହାନି ଘଟିଥିବା ଅଭିଯୋଗ ହୋଇଥିଲା । ଗୋଟିଏ ଦିନରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେବରାଜଙ୍କୁ ହାତୀ ଆକ୍ରମଣ ପରେ ଚିକିତ୍ସା ନିମନ୍ତେ ତାଳଚେର ଉପଖଣ୍ଡ ହସପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୋଟିଏ ଦିନରେ ହାତୀ ଆକ୍ରମଣରେ ଗ୍ରାମର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଙ୍ଗଲ ବିଭାଗର ଦାୟିତ୍ୱହୀନତାଓ ଉଦାସୀନତାକୁ ଗ୍ରାମବସୀ ଦାୟୀ କରିଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, ହାତୀ ତିନି ଚାରି ଦିନ ହେବ ଗ୍ରାମ ନିକଟରେ ବୁଲାବୁଲି କରୁଥିଲେ ମଧ୍ୟ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।