Pakistan's former President Pervez Musharraf speaks during a news conference in Dubai March 23, 2013. REUTERS/Mohammad Abu Omar
ଇସ୍ଲାମାବାଦ,୨୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନା ଶାସକ ପରଭେଜ ମୁଶରଫ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦେଶଦ୍ରୋହ ମାମଲାରେ ତାଙ୍କୁ ଏକ ସ୍ପେଶାଲ କୋର୍ଟ ଡିସେମ୍ବର ୧୭ରେ ଦୋଷୀ କହିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଚ କରି ମୁଶରଫ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ଏହି ମାମଲାର ଶୁଣାଣି ଆସନ୍ତା ବର୍ଷ ଜାନୁୟାରୀ ୯ରେ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ମୁଶରଫ ୨୦୧୬ରୁ ଦୁବାଇରେ ରହୁଛନ୍ତି।